Advertisment

Neglect Proves Fatal: ଝିଅକୁ କାମୁଡ଼ି ଦେଲା ସାପ; ସ୍ବପ୍ନ ଭାବିଲେ ପରିବାର ଲୋକ, ଚାଲିଗଲା ଜୀବନ...

ପରିବାରର ଅବହେଳାରୁ ଚାଲିଗଲା ନାବାଳିକାର ଜୀବନ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସିନ୍ଧୁଆ ଗାଁରେ ଘଟିଛି ଅଭାବନୀୟ ଘଟଣା ।

ଅଦ୍ୟତନ ହୋଇଛି
Neglect Proves Fatal

Neglect Proves Fatal

Advertisment

ଝିଅକୁ କାମୁଡ଼ିଦେଇଥିଲା ସାପ, ହେଲେ ସ୍ବପ୍ନ ଦେଖିଥିବା କହି ଏଡ଼ାଇଗଲେ ପରିବାର ଲୋକ। ଶେଷରେ ପରିବାରର ଅବହେଳାରୁ ଚାଲିଗଲା ନାବାଳିକାର ଜୀବନ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସିନ୍ଧୁଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ନାବାଳିକା ହେଲେ ରାଧା ସିଂ । 

Advertisment

ଗତକାଲି ରାତିରେ ଶୋଇଥିବାବେଳେ ରାଧାକୁ ଏକ ସାପ କାମୁଡ଼ି ଦେଇଥିଲା । ପରିବାର ଲୋକ ସାପଟିକୁ ଖୋଜିଥିଲେ ମଧ୍ୟ ପାଇନଥିଲେ। ଏଣୁ ଝିଅ ନିଦରେ ସାପ ସ୍ବପ୍ନ ଦେଖିଥିବା ଭାବି ଗୁରୁତ୍ବ ଦେଇନଥିଲେ । ତେଣୁ ପରିବାରର ସମସ୍ତେ ଶୋଇପଡିଥିଲେ ।

ହେଲେ ସକାଳେ ଝିଅ ଗୁରୁତର ହୋଇପଡ଼ିବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ ସାମାନ୍ୟ ଅବହେଳା ପାଇଁ ସବୁଦିନ ପାଇଁ ଆଖି ବୁଜିଦେଲା ଝିଅ। 

Advertisment

ତେବେ ଖବର ପାଇ ସୋର ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସବୁଠୁ ବଡ଼ କଥା ପରିବାର ଲୋକଙ୍କ ଅବହେଳା ପାଇଁ ଆଜି ଏପରି ଅଘଟଣ ଟିଏ ଘଟିଲା l ନାବାଳିକା ଜଣକ ଅଷ୍ଟମ ଶେଣୀରେ ପାଠ ପଢୁଥିବା ବେଳେ ଆଜି ତାର ଜୀବନ ଚାଲିଯାଇଛି l 

ଅଧିକ ପଢନ୍ତୁ: ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ୧୦ ଅଭିଯୁକ୍ତ ଗିରଫ 

Odisha Snakebite Deaths Snakebite Treatment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ