Advertisment

Fake website; ଅନଲାଇନରେ ମହାପ୍ରଭୁଙ୍କ ପୂଜା ପାଇଁ ୱେବସାଇଟ ଖୋଲି ବିଜ୍ଞାପନ

ଅନଲାଇନରେ ମହାପ୍ରଭୁଙ୍କ ପୂଜା ପାଇଁ ୱେବସାଇଟ ଖୋଲି ବିଜ୍ଞାପନ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଫେକ୍ ଓ୍ୱେବସାଇଟ୍ । ୪ ପ୍ରକାର ପୂଜା ପାଇଁ ଅଲଗା ଅଲଗା ଦର ବିଜ୍ଞପ୍ତିରେ ଉଲ୍ଲେଖ

Fake website offering Jagannath Puja busted

Fake website offering Jagannath Puja busted; Puri police cautions devotees

Advertisment

ଜଗନ୍ନାଥଙ୍କ ସେବା ପୂଜା ନାଁରେ ପୁଣି ଠକେଇ ଉଦ୍ୟମ । ଅନଲାଇନରେ ହେବ ମହାପ୍ରଭୁଙ୍କ ପୂଜା। ସାଇବର ଠକ ଏମିତି ଏକ PUJAPARISEVA.COM ସାଇଟ ଖୋଲି ଭକ୍ତଙ୍କୁ ନିବେଦେନ କରିଛନ୍ତି । ଚାରି ପ୍ରକାର ପୂଜା ହେବା ନେଇ ଅନଲାଇନରେ ବିଜ୍ଞପ୍ତି ଦିଆଯାଇଛି। ଅଭିଷେକ ପୂଜା, ତୁଳସୀ ଦାନ ପୂଜା, ସାଧାରଣ ଦର୍ଶନ ଓ ପୂଜା ସହ ଚତୁର୍ଦ୍ଧାବିଗ୍ରହଙ୍କ ପୂଜା ହେବ ବୋଲି ଉଲ୍ଲେଖ କରିଛନ୍ତି। ଚାରି ପ୍ରକାର ପୂଜା ପାଇଁ ଅଲଗା ଅଲଗା ମୂଲ୍ୟ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Advertisment

ଶୁଖୁଲି ଭୋଗ ଦିଆଯିବା ନେଇ ବି ଓ୍ୱେବସାଇଟରେ ଦର୍ଶାଯାଇଛି। ଏପଟେ ସାଇବର ଟିମ୍ ସହ ଆଲୋଚନା କରି ପଦକ୍ଷେପ ନେବୁ ବୋଲି କହିଛନ୍ତି ପୁରୀ ଏସପି । ଏମାନଙ୍କ କଥାରେ ପ୍ରଲୋଭିତ ନହେବାକୁ ଅପିଲ୍ କରିଛନ୍ତି ଏସପି ପ୍ରତୀକ ସିଂ।

Odisha News Odisha Puri Puri Jaggannth Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ