HelplessWomen: ବାଃ ବାଃ ପ୍ରଶାସନ; ଏମିତି ଯୋଗାଉଛ ସରକାରୀ ସୁବିଧା ?

ଏହି ରାସ୍ତା ଦେଇ ଅନେକ ପ୍ରଶାସନିକ ଅଧିକାରୀ ଓ ନେତା ଗୋରଖନାଥ ମନ୍ଦିର ଯାଉଛନ୍ତି । ହେଲେ କାହା ନଜରରେ ପଡ଼ିନି ବାସନ୍ତୀଙ୍କ ଏହି ଘର ଉପରେ । ଆଉ କେତେ ଦିନ ପ୍ରଶାସନ ଏମିତି ଅଣଦେଖା କରିବ ତା’ ଦେଖିବାକୁ ବାକି ରହିଲା ।

ବାସନ୍ତୀଙ୍କୁ ଦେଖି, ମୁହଁ ମୋଡ଼ିଦେଉଛି ପ୍ରଶାସନ

ଭଙ୍ଗା ମାଟି କାନ୍ଥ... ଛଣଛପର ବି ପଚିସଢ଼ି ନଷ୍ଟ ହୋଇସାରିଛି... ବୟସ ଯେମିତି ଅପରାହ୍ଣରେ ପହଞ୍ଚିଛି । ଠିକ୍‌ ସେମତି ଏ ଘରର ବି ଆୟୁଷ ଶେଷ ଅବସ୍ଥାରେ । ଏ ବୃଦ୍ଧା ମା’ଙ୍କ ଆଖିକୁ ଭଲକି ଦେଖା ଯାଉନାହିଁ । ଆଶା ବାଡ଼ି ହିଁ ସାଜିଛି ସାହାରା । ଅନ୍ୟର ହାତ ଟେକା ଦାନରେ ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ଦିନ କଟୁଥିବା ବେଳେ ସରକାରୀ ସାହାଯ୍ୟ ପାଲଟିଛି ବାସନ୍ତୀ ସାହୁଙ୍କ ପାଇଁ ସାତ ସପନ ।

ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଗୋରଖନାଥ ମନ୍ଦିର ନିକଟରେ ବାସନ୍ତୀଙ୍କ ଘର। ପ୍ରଥମେ ଝିଅ ଓ ପରେ ସ୍ୱାମୀ ଆରପାରିକୁ ଚାଲିଯାଇଛନ୍ତି । ନିଜର ବୋଲି କହିଲେ ତାଙ୍କର ଆଉ କେହି ନାହିଁ । ଯଦି କିଛି ଅଛି ତେବେ କେବଳ ଏହି ଝାଟିମାଟି ଘର ଖଣ୍ଡକ । ଆଧାରକାର୍ଡ ନଥିବାରୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି ବାସନ୍ତୀ ।

ଅଧିକ ପଢ଼ନ୍ତୁ: ଧାର୍ମିକ ଭାବନାକୁ ଆଘାତ; ବିଦେଶିନୀଙ୍କ ଜଂଘରେ ମହାପ୍ରଭୁଙ୍କ ଟାଟୁ

ଚାଉଳ ହେଉ କି ଭତ୍ତା କି ଘର ଖଣ୍ଡେ, କିଛି ବି ଦେଇନି ପ୍ରଶାସନ । ଏନେଇ ସରକାରୀ ବାବୁଙ୍କୁ ଅନେକ ଥର ଗୁହାରୀ କରିଥିଲେ ବି କିଛି ସୁଫଳ ମିଳିପାରିନାହିଁ । ଫଳରେ ଏମିତି କଟୁଛି ବାସନ୍ତୀଙ୍କ ଦିନ । ତେଣୁ ଖୁବ୍‌ ଶୀଘ୍ର ତାଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଏହି ରାସ୍ତା ଦେଇ ଅନେକ ପ୍ରଶାସନିକ ଅଧିକାରୀ ଓ ନେତା ଗୋରଖନାଥ ମନ୍ଦିର ଯାଉଛନ୍ତି । ହେଲେ କାହା ନଜରରେ ପଡ଼ିନି ବାସନ୍ତୀଙ୍କ ଏହି ଘର ଉପରେ । ଆଉ କେତେ ଦିନ ପ୍ରଶାସନ ଏମିତି ଅଣଦେଖା କରିବ ତା’ ଦେଖିବାକୁ ବାକି ରହିଲା ।

ଅଧିକ ପଢ଼ନ୍ତୁ: ମାସକର ଶିଶୁର ଜୀବନ ସହ ଖେଳ: କାନ୍ଦିବାରୁ ୪୦ ଚେଙ୍କ