Deputy Chief Minister's Mother Passes Away: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମାତୃବିୟୋଗ, ୮୯ ବର୍ଷ ବୟସରେ ଦେହାନ୍ତ

ଲୋଭାବତୀ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ସେ କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ପରଲୋକ ଖବର ପାଇ ଉପମୁଖ୍ୟମନ୍ତ୍ରୀ ତାଙ୍କ ଗାଁ ନିଭରଣ ଯାଇଛନ୍ତି । ସେଠାରେ ଲୋଭାବତୀଙ୍କର ଶେଷକୃତ୍ୟ ସଂପନ୍ନ ହେବ ।

ପରଲୋକରେ ଲୋଭାବତୀ ପରିଡା

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାଆ ଲୋଭାବତୀ ପରିଡାଙ୍କର ଦେହାନ୍ତ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ସେ ଇହଲୀଳା ସମ୍ୱରଣ କରିଛନ୍ତି ।

ପୁରୀ ଜିଲ୍ଲା ନୂଆହାଟର ନିଭରଣ ବାସିନ୍ଦା ଲୋଭାବତୀ ପରିଡାଙ୍କର ୫ ପୁଅଝିଅ ଅଛନ୍ତି । ପ୍ରଭାତୀ ହେଉଛନ୍ତି ତାଙ୍କର ତୃତୀୟ ସନ୍ତାନ ।

ମିଳିଥିବା ସୂଚନା ଅନୁସାରେ ଲୋଭାବତୀ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ସେ କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ପରଲୋକ ଖବର ପାଇ ଉପମୁଖ୍ୟମନ୍ତ୍ରୀ ତାଙ୍କ ଗାଁ ନିଭରଣ ଯାଇଛନ୍ତି । ସେଠାରେ ଲୋଭାବତୀଙ୍କର ଶେଷକୃତ୍ୟ ସଂପନ୍ନ ହେବ ।

ଲୋଭାବତୀ ନୂଆହାଟ ଅଞ୍ଚଳରେ ଜଣେ ସମାଜସେବିକା ଭାବେ ଜଣାଶୁଣା ଥିଲେ । ଅନେକ ଉନ୍ନତିମୂଳକ କାମରେ ତାଙ୍କର ବିଶେଷ ଯୋଗଦାନ ଥିଲା । ଅନେକ ତାଙ୍କୁ ଶ୍ରଦ୍ଧାରେ ମାଆ ବୋଲି ଡାକୁଥିଲେ । ତାଙ୍କର ପରଲୋକ ଖବର ପାଇବା ପରେ ନିମାପଡ଼ା ଓ କାକଟପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।