Advertisment

ଭୁବନେଶ୍ବରରେ ନକଲି ସସ୍ କାରଖାନା ଠାବ; ମିଶୁଥିଲା କ୍ଷତିକାରକ କେମିକାଲ...

ମାତ୍ର ୧୬ ଟଙ୍କା ଦରରେ ବିକ୍ରି ହେଉଥିଲା ସସ୍ ବୋତଲ । ସେଥିରେ ମିଶୁଥିଲା ବେଞ୍ଜୋଇକ୍ ଏସିଡ୍ ଭଳି କ୍ଷତିକାରକ କେମିକାଲ୍।

ଅଦ୍ୟତନ ହୋଇଛି
Duplicate sauces manufacturing unit Seized In Bhubaneswar

'Duplicate' Sauce

Advertisment

ମାତ୍ର ୧୬ ଟଙ୍କା ଦରରେ ବିକ୍ରି ହେଉଥିଲା ସସ୍ ବୋତଲ । ସେଥିରେ ମିଶୁଥିଲା ବେଞ୍ଜୋଇକ୍ ଏସିଡ୍ ଭଳି କ୍ଷତିକାରକ କେମିକାଲ୍ । ଭୁବନେଶ୍ବର ଭିମଟାଙ୍ଗି ଅଂଚଳରେ ନକଲି ସସ୍ କାରଖାନା ଠାବ ଘଟଣାରେ, ଏଭଳି ଚିନ୍ତାଜନକ ସୂଚନା ଦେଇଛି ଖାଦ୍ୟ ନିରାପତ୍ତା ବିଭାଗ । 

Advertisment

ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ କହିଛନ୍ତି, ଭୁବନେଶ୍ବର ମାର୍କେଟରେ ଅତି ଶସ୍ତାରେ ବିକ୍ରି ହେଉଥିଲା ନକଲି ସସ୍। ସେଥିରେ ବିଷାକ୍ତ କେମିକାଲ, କୃତ୍ରିମ ରଙ୍ଗ, ଏସିଟିକ୍ ଏସିଡ୍ ଓ ବେଞ୍ଜୋଇକ୍ ଏସିଡ୍ ମିଶାଯାଉଥିଲା । ଏହି ବେଞ୍ଜୋଇକ୍ ଏସିଡ୍ କାରଖାନା ମାନଙ୍କରେ ବ୍ୟବହାର କରାଯାଏ। 

ପଢନ୍ତୁ ଏହି ଖବର: ଆଳୁ ଦରରେ ଲାଗିଛି ନିଆଁ, କେଉଁଠି କିଲୋ ପିଛା ୪୫ ତ କେଉଁଠି ୫୦ ଟଙ୍କାରେ ହେଲାଣି ବିକ୍ରି

Advertisment

ଏହାସହ ସେ କହିଛନ୍ତି, ଦହିବରା ଓ ଫାଷ୍ଟଫୁଡ ଦୋକାନୀଙ୍କ ଭଳି ରେଜିଷ୍ଟ୍ରେସନ କରିଦେଇ, ଅମ୍ରିତା ଫୁଡ୍ ନାଁରେ ଏତେ ବଡ଼ ନକଲି ସସ୍ କାରଖାନା ଚାଲୁଥିଲା । 

ସେପଟେ ନକଲି ସସ୍ ବିକ୍ରି କରୁଥିବା ଦୋକାନୀଙ୍କୁ ସତର୍କ କରାଇଛି ବିଭାଗ। ସାରା ରାଜ୍ୟରେ ଏନେଇ ଜୋରଦାର ଚଢ଼ାଉ ହେବ ବୋଲି କହିଛନ୍ତି ଖାଦ୍ୟ ନିରାପତ୍ତା ବିଭାଗର ନିର୍ଦ୍ଦେଶକ। ସେପଟେ ଅପମିଶ୍ରଣ ରୋକିବାକୁ ଜୋରଦାର ଚଢାଉ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଖାଉଟି କଲ୍ୟାଣ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Advertisment

Duplicate Sauce Manufacturing Unit Duplicate Sauce Factory Fake Sauce Factory Duplicate Sauce
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ