Advertisment

ପୁଣି ଧରା ହେଲା କଟକରେ ନକଲି ଘିଅ

ସୋୟାବଡି ପାଇଁ ଲାଇସେନ୍ସ ନେଇ ଖୋଲିଥିଲେ ନକଲି ଘିଅ କାରଖାନା । ରେଡ୍ ବେଳେ ମିଳିଲା ବିପୁଳ ନକଲି ଘିଅ ଓ ଅନ୍ୟ ସାମଗ୍ରୀ ।

ଅଦ୍ୟତନ ହୋଇଛି
Duplicate Ghee

Duplicate Ghee

Advertisment

କଟକରୁ ପୁଣି ନକଲି ଘିଅ କାରଖାନା ଠାବ । କଟକ ଜଗତପୁର ନ୍ୟୁ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଭିତରୁ ଏକ ନକଲି ଘିଅ କାରଖାନା ଠାବ ହୋଇଛି । ଖବର ପାଇ ଜଗତପୁର ଥାନା ପୋଲିସ ଘିଅ କଂପାନି ଉପରେ ଚଢାଉ କରିବା ସହ ମାଲିକଙ୍କୁ ଅଟକ ରଖିଛି। ସୂଚନା ମୁତାବକ, ସୋୟାବଡିର କାରଖାନା ପାଇଁ ଲାଇସେନ୍ସ ନେଇ ବ୍ୟବସାୟୀ ଏଠି କରୁଥିଲେ ଅପମିଶ୍ରଣ ଘିଅ କାରବାର। ନିର୍ମାଲ୍ୟ ଓ ବାଲ୍ ଗୋପାଲ ବ୍ରାଣ୍ଡରେ ଘିଅ ଅପମିଶ୍ରଣ କରି ବିଭିନ୍ନ ଜିଲ୍ଲାକୁ ବିକ୍ରି ପାଇଁ ପଠାଯାଉଥିଲା । 

Advertisment

ନକଲି ଘିଅ ତିଆରି ନେଇ ଜଗତପୁର ଥାନା ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ତା’ପରେ ଏନେଇ ସିଏମ୍‌ସିର ଖାଦ୍ୟ ସୁରକ୍ଷା ବିଭାଗକୁ ଖବର ଦେଇଥିଲା। ପରେ ପୁଲିସ୍‌ ଓ ଖାଦ୍ୟ ସୁରକ୍ଷା ଟିମ୍‌ ମିଳିତ ଭାବେ ନକଲି ଘିଆ ଫ୍ୟାକ୍ଟ୍ରୀରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବହୁ ପରିମାଣରେ ନକଲି ଘଅ ମହଜୁଦ୍‌ ଥିବା ଦେଖିବାକୁ ମିଳିଛି। ଏଥିସହ ଘିଅର ମାନ ଯାଞ୍ଚ ପାଇଁ ନମୂନା ସଂଗ୍ରହ କରାଯାଇଛି। ଏଥିସହ ନକଲି ଘିଅ କାରଖାନା ମାଲିକଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛୁ।

ଜଗତପୁର ନୂଆ ଶିଳ୍ପାଞ୍ଚଳରେ ‘ବାଲ୍‌ଗୋପାଲ’ ନାଁରେ ତିଆରି ହେଉଥିଲା ନକଲି ଘିଅ। ବନସ୍ପତିକୁ ଗରମ କରାଯାଇ ସେଥିରେ ଗୁଆ ଘିଅର ସେଣ୍ଟ ଓ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ ମିଶା ଯାଉଥିଲା। ତା’ପରେ ଡବାରେ ପ୍ୟାକିଂ କରାଯାଇ ମାର୍କେଟକୁ ଛଡ଼ା ଯାଉଥିଲା। ଆଉ ଖାଣ୍ଟି ଗୁଆ ଘିଆ ବୋଲି କୁହାଯାଉଥିଲା। ଯାହାକୁ ଅସଲି ଭାବି ଲୋକମାନେ ଖାଇବା ସହିତ ପୂଜାରେ ବ୍ୟବହାର କରୁଥିଲେ। ଦୀର୍ଘ ଦିନ ଧରି ଏହି କାରବାର ଚାଲୁଥିଲା।

Advertisment

ପୂର୍ବରୁ ବ୍ରହ୍ମପୁର ସହରରେ ମଧ୍ୟ ଏଭଳି ନକଲି କାରଖାନା ଦେଖିବାକୁ ମିଳିଥିଲା । ପ୍ରାୟ ସମୟରେ ଧରାପଡୁଛି ଗୋଟିଏ ପରେ ଗୋଟିଏ ଅପମିଶ୍ରିତ ସାମଗ୍ରୀ । ଖାଦ୍ୟ ସାମଗ୍ରୀଠୁ ନେଇ ଗାଡିର ଇଂଜିନ ଅଏଲ୍‌ ଯାଏ । ସବୁଠି ଲମ୍ବିଛି ନକଲି, ଅପମିଶ୍ରିତ ସାମଗ୍ରୀର ଚେର । ଶସ୍ତା ପାଇଁ ହିନସ୍ତା ହେଉଛନ୍ତି ଉପଭୋକ୍ତା। କିଛି ଦିନ ପୂର୍ବରୁ ବ୍ରହ୍ମପୁରରେ ବେଆଇନ ଗୁଟଖା ବେପାର ଧରିଥିଲା ପୋଲିସ । ରେଡ୍ ବେଳେ ବିପୁଳ ବେଆଇନ ଗୁଟଖା ସହ ୩ଟି ବଡ ଗୋଦାମରେ ବି ରେଡ୍ ହୋଇଥିଲା ।

ରେଶମ ସହରରେ ବଢୁଛି ବିଷ ବେପାର । ରେଡ୍ ପରେ ରେଡ୍ ହେଉଛି, ନକଲି ସାମଗ୍ରୀରେ ଲାଗିପାରୁନି ରୋକ୍ । ଘିଅ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡଠୁଁ ନେଇ ତେଲରେ ଅପମିଶ୍ରଣ । ଅପମିଶ୍ରିତ କାରବାରରେ ମୁନାଫା କମାଉଛନ୍ତି ଲାଭଖୋର ବେପାରୀ । 

Advertisment

Duplicate Ghee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ