Advertisment

Drone Over Srimandir: ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ଶ୍ରୀମନ୍ଦିର ନୋ ଫ୍ଲାଏ ଜୋନ୍ ଅନ୍ତର୍ଗତରେ ରହିଥିଲେ ମଧ୍ୟ ଭୋର୍ ପ୍ରାୟ ୪ଟା ୧୦ରେ ଡ୍ରୋନ୍ ଉଡିଥିବା ଦେଖାଯାଇଛି। ଡ୍ରୋନଟି ଦୋଳମଣ୍ଡପ ସାହିରୁ ଆସି ପ୍ରଥମେ ମନ୍ଦିର ଚାରିପାଖ ଏବଂ ପରେ ମେଘନାଦ ପାଚେରୀ ବୁଲିଥିଲା। ଏପରିକି ମନ୍ଦିରର ଦଧିନଉତି ଉପରେ ବି ବୁଲିଥିଲା। ତେବେ ଏହି ଡ୍ରୋନଟି କିଏ ଉଡାଇଥିଲା ସେ ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ। ଅନ୍ୟ ପକ୍ଷରେ ପୋଲିସ କଣ୍ଟ୍ରୋଲ ରୁମରୁ ଏଭଳି ଡ୍ରୋନ ଉଡା ଯାଇ ନଥିବା ସ୍ପଷ୍ଟ କରିଛନ୍ତି ପୁରୀ ଏସପି।

ଅଦ୍ୟତନ ହୋଇଛି
shri mandir drone

shri mandir drone

Advertisment

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିପାରିବ ନାହିଁ। ଶ୍ରୀମନ୍ଦିର ଭିତରେ ମୋବାଇଲରେ ଫଠୋ ଉଠାଯାଇପାରିବ ନାହିଁ। ନିୟମ କଡାକଡି, କିନ୍ତୁ ଗଳାବାଟେ ଚାଲିଛି ଅନିୟମିତତା। ଶ୍ରୀମନ୍ଦିରର ସୁରକ୍ଷା ବଳୟକୁ ଫୁ’ କରି ପୁଣି ମନ୍ଦିର ଉପରେ ଉଡିଲା ଡ୍ରୋନ। ଶ୍ରୀମନ୍ଦିର ନୋ ଫ୍ଲାଏ ଜୋନ୍ ଅନ୍ତର୍ଗତରେ ରହିଥିଲେ ମଧ୍ୟ ଭୋର୍ ପ୍ରାୟ ୪ଟା ୧୦ରେ ଡ୍ରୋନ୍ ଉଡିଥିବା ଦେଖାଯାଇଛି। ଡ୍ରୋନଟି ଦୋଳମଣ୍ଡପ ସାହିରୁ ଆସି ପ୍ରଥମେ ମନ୍ଦିର ଚାରିପାଖ ଏବଂ ପରେ ମେଘନାଦ ପାଚେରୀ ବୁଲିଥିଲା। ଏପରିକି ମନ୍ଦିରର ଦଧିନଉତି ଉପରେ ବି ବୁଲିଥିଲା। ତେବେ ଏହି ଡ୍ରୋନଟି କିଏ ଉଡାଇଥିଲା ସେ ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ। ଅନ୍ୟ ପକ୍ଷରେ ପୋଲିସ କଣ୍ଟ୍ରୋଲ ରୁମରୁ ଏଭଳି ଡ୍ରୋନ ଉଡା ଯାଇ ନଥିବା ସ୍ପଷ୍ଟ କରିଛନ୍ତି ପୁରୀ ଏସପି।

Advertisment

ନୀଳଚକ୍ର ଉପରେ ବୁଲିବା ସହ ଉତ୍ତର ଦ୍ବାର ଗୁମୁଟ ଦେଇ ଶ୍ରୀଦାଣ୍ଡରୁ ଉଭାନ ହୋଇଯାଇଥିଲା। ତେବେ ଡ୍ରୋନ୍ କିଏ ଉଡାଇଥିଲା ଏବଂ ଶ୍ରୀମନ୍ଦିର ଉପରେ କେମିତି ଆସିଲା ତାର ତଦନ୍ତ ଜାରି ରହିଛି। ପୂର୍ବରୁ ଅତୀତରେ ମଧ୍ୟ ଅନେକ ଥର ସୁରକ୍ଷା ଗାଇଡ ଲାଇନକୁ ନ ମାନି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଯାଇଛି। । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଓ ଗର୍ଭଗୃହର ଫଟୋ ଭାଇରାଲ୍ ହେବା ଭଳି ଘଟଣା ସାମ୍ନାକୁ ଆସିଛି।

୨ ବର୍ଷ ତଳେ ମଧ୍ୟ ସମାନ ଢଙ୍ଗରେ ପଶ୍ଚିମବଙ୍ଗର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ କ୍ଷମା ମାଗିଥିଲେ। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଏଭଳି ଭିଡିଓ ଉତ୍ତୋଳନ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ୫ ମିନିଟ ୪୨ ସେକେଣ୍ଡର ଏହି ଭିଡିଓରେ ଆକାଶ ମାର୍ଗରୁ ଶ୍ରୀମନ୍ଦିର ପରିସରର ସମସ୍ତ କୋଣଅନୁକୋଣ ପ୍ରାଞ୍ଜଳ ଭାବେ ଦେଖାଯାଉଥିବା ବେଳେ ଏହା ଶ୍ରୀମନ୍ଦିର ପୋଲିସ ଓ ସୁରକ୍ଷାକର୍ମୀଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

Advertisment

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର କଟକଣାକୁ ଫୁ’… ପୁଣି ଉଡିଲା ଡ୍ରୋନ୍…ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

Sri Jagannath Temple Drone Shree Jagannath Temple Administration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ