Doctor kidnapped
ଡାକ୍ତରଙ୍କୁ ଅପହରଣ। ମାଲକାନଗିରି କାଲିମେଳାରେ ଘଟିଛି ଏମିତି କିଛି ଚାଞ୍ଚଲ୍ୟକର ଘଟଣା । ଗତକାଲି ରାତିରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ୟୁଟି ପରେ ସରକାରୀ କ୍ୱାଟରକୁ ଯାଇଥିଲେ ଡାକ୍ତର ଅମ୍ଳାନ ଭୋଇ । ତେବେ ଏହି ସମୟରେ କିଛି ଦୁବୃର୍ତ୍ତ ତାଙ୍କୁ ଘରୁ ଟେକି ନେଇ କୁଆଡ଼େ ନେଇ ଯାଇଥିବା ଅଭିଯୋଗ ହୋଇଛି ।
ଗତକାଲି ରାତିରୁ ଅମ୍ଳାନଙ୍କ କୌଣସି ଖୋଜ୍ ଖବର ନ ମିଳିବାରୁ ଶେଷରେ ଥାନାରେ ଏତଲା ଦେଇଥିଲେ ମେଡିକାଲ୍ କର୍ତ୍ତୃପକ୍ଷ । ଘରେ ଡାକ୍ତରଙ୍କ ମୋବାଇଲ୍ ଓ ବାଇକ୍ ରହିଛି । ତାସହ ପୋଲିସ୍ ଏକ ପୋଷ୍ଟର୍ ଜବତ କରିଥିବା କୁହାଯାଉଛି । ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ଏକ ଶବ ବ୍ୟବଚ୍ଛେଦକୁ ନେଇ କିଛି ଲୋକଙ୍କ ସହ ଡାକ୍ତର ଅମ୍ଲାନଙ୍କ ବିବାଦ ଦେଖାଦେଇଥିଲା। ତେଣୁ ଏହି ଅପହରଣ ପଛରେ ଅନେକ ସନ୍ଦେହ ଉପୁଜୁଛି । ଘଟଣା ପଛରେ ମାଓବାଦୀଙ୍କ ସଂପୃକ୍ତି ଥିବା ବି ଚର୍ଚ୍ଚା ହେଉଛି। ହେଲେ ଡାକ୍ତର ଅମ୍ଲାନଙ୍କୁ କିଏ ଓ କାହିଁକି ଅପହରଣ କଲା କାରଣ ଅସ୍ପଷ୍ଟ ରହିଛି।
ଥାନାରେ ଏତଲା ଦେବା ପରେ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ପୋଲିସ୍ ଅଧିକାରୀମାନେ ଅମ୍ଳାନ ଭୋଇଙ୍କ ସରକାରୀ ବାସଭବନ ଯାଞ୍ଚ କରିବା ସହ ଆଖପାଖ ଲୋକଙ୍କୁ ପଚରାଉଚରା କରିଛି । ଏହା ସହିତ ଆଖପାଖରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରିଛି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717327013.jpg)