Advertisment

ଡାକ୍ତର ହେବ ତ ଏମିତି ! ବନ୍ୟା ପାଣିରେ ପଶି ପ୍ରସୂତୀଙ୍କ ପାଖରେ ପହଞ୍ଚିଲେ ଡାକ୍ତର...

ନିଜ ବଦାନ୍ୟତା ପାଇଁ ଚର୍ଚ୍ଚାରେ ରାଜନଗର ମେଡିକାଲ ଅଫିସର...ଗାଁକୁ ଆମ୍ୱୁଲାନ୍ସ ଯାଇ ପାରିଲାନି ଆମ୍ୱୁଲାନ୍ସ...ନିଜେ ଚାଲି ଚାଲି ଗଲେ ଡାକ୍ତର ରଶ୍ମି ରଞ୍ଜନ ମହାନ୍ତି...

Doctor Carries Pregnant Woman by Trolley

Doctor Carries Pregnant Woman by Trolley

Advertisment

ଡାକ୍ତର ହେବ ତ ଏମିତି। ବନ୍ୟା ପାଣିରୁ ଗର୍ଭବତୀ ମହିଳାଙ୍କୁ ଟଲିରେ ଆଣି ଚିକିତ୍ସା କଲେ ଡାକ୍ତର। କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଏଭଳି ଘଟଣା ସାମ୍ନାକୁ ଆସିଛି। ବନ୍ୟାକୁ ଖାତିର ନକରି ମାନବିକତା ଦେଖାଇଛନ୍ତି ରାଜନଗରମେଡିକାଲ ଅଫିସର ଡାକ୍ତର ରଶ୍ମୀ ରଞ୍ଜନ ମହାନ୍ତି।

Advertisment

ବ୍ରାହ୍ମଣୀରେ ବନ୍ୟା ଆସିବା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପଶି ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଛି। ରାଜନଗର ବ୍ଲକ ଚକିବାଙ୍କ ଗାଁର ସଂଘମିତ୍ରା ରାଉତ ଗର୍ଭ ଯନ୍ତ୍ରଣା ପାଉଥିଲି। ବନ୍ୟା ଯୋଗୁଁ ଆମ୍ବୁଲାନ୍ସ ତାଙ୍କ ଘର ନିକଟରେ ପହଂଚି ପାରିନଥିଲା। ଫଳରେ ଡାକ୍ତର ରଶ୍ମି ରଞ୍ଜନ ମହାନ୍ତି ଓ ତାଙ୍କ ଟିମ ବନ୍ୟା ପାଣିରେ ଚାଲି ଚାଲି ଯାଇ ତାଙ୍କ ଘରରେ ପହଞ୍ଚିଥିଲେ। ଏହାସହ ତାଙ୍କୁ ଟଲିରେ ବୋହି ଆମ୍ବୁଲାନ୍ସ ଯାଏଁ ଆଣିଥିଲେ। ସେଠାରୁ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିଛନ୍ତି। ଡାକ୍ତର ରଶ୍ମୀ ରଞ୍ଜନ ମହାନ୍ତିଙ୍କ ବଦାନ୍ୟତା ପାଇଁ ସେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

Doctors
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ