DJs are banned in the Durga Puja
ଭୁବନେଶ୍ବର: ରାଜଧାନୀର ଦୁର୍ଗାପୂଜା ଭସାଣିରେ ଏଥର ଡିଜେ ବନ୍ଦ। ଖାଲି ଡିଜେ ନୁହେଁ ଲେଜର ଲାଇଟ୍ ଓ ବାଣ ବି ବନ୍ଦ। ଟୁଇନ ସିଟି କଟକ ଓ ଭୁବନେଶ୍ବରରେ ଲାଗିଛି ଏଭଳି କଟକଣା। କେବଳ ପାରମ୍ପରିକ ବାଜାରେ ହେବ ମାଆଙ୍କ ଭସାଣି।
ପୋଲିସ ସେବା ଭବନରେ ବସିଥିବା ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ରାଜଧାନୀରେ ଦୁର୍ଗା ପୂଜା ପାଇଁ ଆଜି କମିଶନରେଟ ପୋଲିସର ବଡ ବୈଠକ ବସିଥିଲା। ଶାରଦୀୟ ପୂଜା ପୂର୍ବରୁ ସମସ୍ତ ପୂଜା କମିଟି ସହ ବୈଠକ ଡାକି ଆଲୋଚନା କରିଛନ୍ତି ପୋଲିସ କମିଶନର। ପୂଜାକୁ ନେଇ ଅନେକ ସ୍ଥାନରେ ବିଶୃଙ୍ଖଳା ଦେଖା ଯାଉଥିବା ବେଳେ ଏହି ପ୍ରସ୍ତୁତି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଥିବା ଜଣାଯାଇଛି। ବୈଠକରେ ସମସ୍ତ ବିଧାୟକ ସହ ଜିଲ୍ଲାପାଳ, ବିଏମସି କମିଶନର ଓ ଅନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756719572.jpg)