Advertisment

ବାସନ୍ଦ ଭୟ... ଆରପାରିକୁ ଚାଲିଗଲା ପୁଅ, ମୃତଦେହ ଛୁଇଁଲାନି ମା’

ଅନ୍ୟଜାତିରେ ବିବାହ କରିଥିବାରୁ ତାଙ୍କୁ ସମାଜରୁ ବାସନ୍ଦ କରାଯାଇଥିଲା। ଗତକାଲି ଦେହ ଖରାପ ହେବାରୁ, ଉପେନ୍ଦ୍ରଙ୍କୁ ତାଙ୍କ ସ୍ତ୍ରୀ ହସପିଟାଲରେ ଭର୍ତ୍ତି କରିଥିଲେ । ବିଳମ୍ବିତ ରାତିରେ ଆଖି ବୁଜିଦେଲେ ଉପେନ୍ଦ୍ର ।

ଅଦ୍ୟତନ ହୋଇଛି
Barred

Barred

Advertisment

ଆରପାରିକୁ ଚାଲିଗଲା ପୁଅ ହେଲେ ମୃତଦେହକୁ ଛୁଇଁ ପାରିଲାନି ମା’ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଦେଖିବାକୁ ମିଳିଥିଲା, ଏଭଳି ଏକ ଦୁଃଖଦ ଦୃଶ୍ୟ । କେବଳ ଭିନ୍ନ ଜାତିରେ ବାହା ହୋଇଥିବାରୁ, ମୃତଦେହ ଛୁଇଁଲେନି ସଂର୍ପକୀୟ ଓ ପରିବାର ଲୋକେ । ଦଶଘଣ୍ଟା ଧରି ହସ୍ପିଟାଲରେ ପଡିରହିଲା ମୃତଦେହ । କାରଣ ଭୟ ଥିଲା ମୃତଦେହ ଛୁଇଁଦେଲେ ସେମାନଙ୍କୁ ବି ବାସନ୍ଦ କରିଦିଆଯିବ। ଶେଷରେ ଶବକୁ ସତ୍କାର କଲେ ସ୍ୱେଚ୍ଛାସେବୀ ସଂଗଠନ। ଏଭଳି ଏକ ଘଟଣା ସାମନାକୁ ଆସିଛି ବଲାଙ୍ଗୀରରୁ।

Advertisment

ମୃତକ ହେଲେ ସଇଁନ୍ତଲା ବ୍ଳକ ବରାହଗୁଡା ଗାଁର ୫୦ବର୍ଷୀୟ ଉପେନ୍ଦ୍ର ବଗର୍ତ୍ତି। ଅନ୍ୟଜାତିରେ ବିବାହ କରିଥିବାରୁ ତାଙ୍କୁ ସମାଜରୁ ବାସନ୍ଦ କରାଯାଇଥିଲା। ଗତକାଲି ଦେହ ଖରାପ ହେବାରୁ, ଉପେନ୍ଦ୍ରଙ୍କୁ ତାଙ୍କ ସ୍ତ୍ରୀ ହସପିଟାଲରେ ଭର୍ତ୍ତି କରିଥିଲେ । ବିଳମ୍ବିତ ରାତିରେ ଆଖି ବୁଜିଦେଲେ ଉପେନ୍ଦ୍ର । ଉପେନ୍ଦ୍ରଙ୍କ ମୃତ୍ୟୁ ଖବର ପାଇଲା ପରେ, ଗାଁକୁ ଶବ ନ ଆଣିବା ପାଇଁ ତାଗିଦ କରିଥିଲେ ଜାତି ଭାଇ । ଖବର ପାଇ ମୃତ ଉପେନ୍ଦ୍ରଙ୍କ ମାଁ ଓ ଭାଇ ଆସିଲେ । କିନ୍ତୁ ମୃତଦେହ ଛୁଇଁଲେ ନାହିଁ । ତେଣୁ ହସପିଟାଲ ବାରଣ୍ଡାରେ ଦଶଘଣ୍ଟା ଧରି ପଡିରହିଥିଲା ଉପନ୍ଦ୍ରେଙ୍କ ମୃତଦେହ ।

କିନ୍ତୁ ନିୟମ କହୁଛି, ଶବକୁ କେହି ନନେଲେ, ମର୍ଗରରେ ଫ୍ରିଜର ଭିତରେ ଶବ ରଖାଯାଇ ପୋଲିସକୁ ଖବର ଦିଆଯାଏ । ତାପରେ ଶବସତ୍କାର ପାଇଁ ସ୍ବେଚ୍ଛାସେବୀମାନଙ୍କର ସହାୟତା ନିଆଯାଇଥାଏ । କିନ୍ତୁ ଏଠି ଦାୟିତ୍ବରେ ଥିବା ଡାକ୍ତର କି ନର୍ସ କାହାକୁ ଜଣାଇନଥିବା ଅଭିଯୋଗ ହୋଇଛି । ଅନ୍ୟ ରୋଗୀମାନଙ୍କ ଭିତରେ ଦଶଘଣ୍ଟା ଧରି ପଡିରହିଥିଲା ମୃତଦେହ । ହସପିଟାଲ କର୍ତ୍ତୃପକ୍ଷ କହୁଛନ୍ତି ଏଭଳି ହେବା କଥା ନୁହେଁ । ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଭୀମଭୋଇ ମେଡିକାଲ କଲେଜ ହସପିଟାଲ ଅଧୀକ୍ଷକ। 

Advertisment
Dead Body
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ