ଅବକାରୀ ମନ୍ତ୍ରୀଙ୍କ ବଡ଼ ବୟାନ, ରାଜ୍ୟରେ ସଂପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍

ସ୍କୁଲ, କଲେଜ, ମନ୍ଦିର ପାଖରେ ରହିବନି ମଦ ଦୋକାନ । ରାଜ୍ୟରେ ସଂପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍ ।

Dance Bar

ଆଉ ଚାଲିବନି ଡ୍ୟାନ୍ସ ବାର୍ । ଡ୍ୟାନ୍ସ ବାର୍ କୁ ନେଇ ବଡ଼ ବୟାନ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟରେ ଡ୍ୟାନ୍ସ ବାର୍ ସଂପୂର୍ଣ୍ଣ ବନ୍ଦ ହେବ କହିଛନ୍ତି ଅବକାରୀ ମନ୍ତ୍ରୀ । ଏଥିସହିତ ସ୍କୁଲ, କଲେଜ, ମନ୍ଦିର ପାଖରେ ମଦ ଦୋକାନ ରହିବନାହିଁ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି । ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଯଥେଷ୍ଟ ଦୂରରେ ରହିବ ମଦ ଦୋକାନ । 

ଅବକାରୀ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ । ଚୋରା ମଦ କାରବାର ନେଟୱର୍କର ମୂଳୋତ୍ପାଟନ ହେବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଅଧିକ ପଢ଼ନ୍ତୁ: ବାର୍ ମାଲିକଙ୍କୁ କଡ଼ା ଚେତାବନୀ; ନିୟମ ନ ମାନିଲେ ବାତିଲ୍ ହେବ ଲାଇସେନ୍ସ

ସେପଟେ ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରୁ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହରେ ତୁମୁଳକାଣ୍ଡ ଓ ଅରାଜକତା ଘଟାଇଛି ବିଜେଡି । ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା କରିଥିଲେ । ବିଜେଡିର ୨ ବିଧାୟକ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ିଯାଇଥିଲେ । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ୱାଳ ଚଢ଼ିଯାଇଥିଲେ ।

ଜଣେ ମହିଳା ବାଚସ୍ପତିଙ୍କ ପୋଡିୟମ୍ ଦଖଲ କରିବାକୁ ବିଜେଡି ବିଧାୟକ ଉଦ୍ୟମ କରିଥିଲେ । ଗୃହର ମର୍ଯ୍ୟାଦାକୁ ଦଳି ମକଚି ଆଜି ଚରମ ବିଶୃଙ୍ଖଳିତ ଆଚରଣ କରିଛନ୍ତି ବିରୋଧୀ ବିଜେଡି ବିଧାୟକ । 

ଅଧିକ ପଢ଼ନ୍ତୁ: ଅବକାରୀ ନିୟମର ଉଡିଲା ଧଜ୍ଜିଆ ! ସହିଦ ନଗର ଡାନ୍ସ ବାର୍‌ରେ ଭୋର ଯାଏଁ ଚାଲୁଛି ନାଚଗୀତ...