Cyclone Dana: ବଡ଼ ଖବର!! ଏହି ସମୟରେ କରିବ ବାତ୍ୟା ଦାନା ଲ୍ୟାଣ୍ଡଫଲ୍

ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’ । କେତେବେଳେ କରିବ ଲ୍ୟାଣ୍ଡଫଲ୍ ? ଆଜି ରାତି ଘଡିସନ୍ଧି ।

Cyclone Dana

ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’ । କେତେବେଳେ କରିବ ଲ୍ୟାଣ୍ଡଫଲ୍ ? ଆଜି ରାତି ଘଡିସନ୍ଧି । ଆକଳନ ଅନୁସାରେ ଆଜି ମଧ୍ୟରାତ୍ରରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ରାତି ୩ଟାରୁ ଭୋର୍ ମଧ୍ୟରେ ହୋଇ ଯାଇପାରେ ଲ୍ୟାଣ୍ଡଫଲ୍ । ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗକୁ ପଶିବ ଦାନା । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ସକାଳ ଭିତରେ ଲ୍ୟାଣ୍ଡଫଲ୍ କରିବ ।

ତେବେ ଆଜି ରାତିରୁ କାଲି ପୂର୍ବାହ୍ନ ଯାଏଁ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ଓଟିଭିକୁ ସୂଚନା ଦେଇ କହିଛନ୍ତି, ପୂର୍ବରୁ ଯେଉଁ ସୂଚନା ଥିଲା ସେଠି ହିଁ ଅର୍ଥାତ ଭିତରକନିକା-ଧାମରାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ଏଥର ବାତ୍ୟାର ଆଖି ହେବନି । କେନ୍ଦ୍ରାପଡ଼ା-ଭଦ୍ରକ ଅଧିକ ମାତ୍ରାରେ ଏହି ବାତ୍ୟା ଯୋଗୁଁ ପ୍ରଭାବିତ ହେବ ।

ଏପରିକି ସମୁଦ୍ରରେ ଗୋଟିଏ ମିଟରରୁ ଅଧିକ ଜୁଆର ଆସିପାରେ । ଏବେ ୬୦ରୁ ୭୦ କିମି ବେଗରେ ବହୁଛି, ଏହା ଆହୁରି ଅଧିକ ବଢ଼ିବ । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ପବନ ଅଧିକ ବଢ଼ିବ । ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ବି ପବନ ବହିବ । ଚାଳ ଛପର ଘର ଉଡ଼ିଯାଇପାରେ, ଖୁଣ୍ଟି ବି ଭାଙ୍ଗିପାରେ । ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇପାରେ ବୋଲି IMD DG ସୂଚନା ଦେଇଛନ୍ତି । ବାତ୍ୟା ପ୍ରଭାବରେ ଆଜି ଓ ଆସନ୍ତାକାଲି ପବନର ବେଗ ୧୦୦-୧୨୦ କିମି ରହିପାରେ ।

କେଉଁଠି କେତେ ରହିବ ପବନ ବେଗ

କେନ୍ଦ୍ରାପଡ଼ା: ୧୧୦-୧୨୦ କିମି

ଭଦ୍ରକ: ୧୧୦-୧୨୦ କିମି

ବାଲେଶ୍ୱର: ୧୧୦-୧୨୦ କିମି

ମୟୂରଭଞ୍ଜ: ୮୦-୯୦ କିମି

ଜଗତସିଂହପୁର: ୬୦-୮୦ କିମି

କଟକ: ୬୦-୮୦ କିମି

କେନ୍ଦୁଝର: ୬୦-୭୦ କିମି

ଢେଙ୍କାନାଳ: ୬୦-୭୦ କିମି

ଖୋର୍ଦ୍ଧା: ୬୦-୭୦ କିମି

ପୁରୀ: ୬୦-୭୦ କିମି

ନଜର ପକାନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ବର୍ଷାର ପରିମାଣ ଉପରେ

ଗତ ୨୪ ଘଣ୍ଟାରେ ପାରାଦୀପରେ ସର୍ବାଧିକ ୬୨.୯ ମିମି ବର୍ଷା ହୋଇଛି । ଚାନ୍ଦବାଲି ୪୬.୨ ମିମି, ମୟୂରଭଞ୍ଜ ଜିଲ୍ଲା ଚନ୍ଦପୁରରେ ୨୯.୨ ମିମି ପର୍ଯ୍ୟନ୍ତ ବର୍ଷା ରେକର୍ଡ ହୋଇଛି । ସେହିପରି କୁଜଙ୍ଗରେ ୨୭ ମିମି, ରାଜକନିକାରେ ୨୭ ମିମି, ରାଜନଗରରେ ୨୪ ମିମି, ନୀଳଗିରିରେ ୨୩ ମିମି ବର୍ଷା ରେକର୍ଡ ହୋଇଛି । ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଭୀଷଣ ବର୍ଷା ଜାରି ରହିଛି । ପଟ୍ଟାମୁଣ୍ଡାଇରେ ୨୨.୫ ମିମି, ଆଳିରେ ୨୧ ମିମି, ସୋରରେ ୧୯ ମିମି ବର୍ଷା ରେକର୍ଡ ହୋଇଛି ।