Advertisment

ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ କଟକ ଲେଖିବ ନୂଆ ଅଧ୍ୟାୟ

ରାଜ୍ୟର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ଓ ସାଂସ୍କୃତିକ ମେଳାକୁ ମିଳିବ ଅନ୍ତର୍ଜାତୀୟ ମାନ୍ୟତା। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଯୋଡି ହୋଇ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ କଟକ।

Balijatra

Balijatra

Advertisment

ଐତିହାସିକ ବାଲିଯାତ୍ରାକୁ ମିଳିବ ଅନ୍ତର୍ଜାତୀୟ ମାନ୍ୟତା। ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ପରେ ଏହାକୁ ନେଇ ଆଶା ସଞ୍ଚାର ହୋଇଛି। ଦୀର୍ଘଦିନ ଧରି ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ପ୍ରଚେଷ୍ଟା ଚାଲି ଆସୁଥିବାବେଳେ ଏବେ ଆଉ ପାଦେ ଆଗକୁ ଯାଇଛି ବାଲିଯାତ୍ରା ପ୍ରସଙ୍ଗ। ଯାହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି।

Advertisment

ରାଜ୍ୟର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ଓ ସାଂସ୍କୃତିକ ମେଳାକୁ ମିଳିବ ଅନ୍ତର୍ଜାତୀୟ ମାନ୍ୟତା। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଯୋଡି ହୋଇ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ କଟକ। ଓଡ଼ିଆ ସାଧବପୁଅ, ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରୁଥିବା କଟକ ବାଲିଯାତ୍ରା ପାଇଁ ସୃଷ୍ଟି ହୋଇଛି ନୂଆ ଆଶା। ବୁଧବାର ରାଜ୍ୟ କ୍ୟାବିନେଟରେ ଏନେଇ ପ୍ରସ୍ତାବ ଆସିବା ପରେ କଟକବାସୀଙ୍କ ବହୁ ଦିନର ସ୍ୱପ୍ନ ବାସ୍ତବ ଆଡକୁ ଅଗ୍ରସର ହେଉଛି।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହେଉଥିବା ଏହି ଐତିହାସିକ ବାଣିଜ୍ୟ ମେଳା ବାଲିଯାତ୍ରା ପଡ଼ିଆରେ ହେଉଥିବାବେଳେ ଏଥିରେ ରାଜ୍ୟ .ତଥା ଦେଶ ବିଦେଶରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ତେବେ ଏଥିପାଇଁ ଭିତ୍ତିଭୂମିର ଯଥେଷ୍ଟ ଉନ୍ନତି ହେବାର ଆବଶ୍ୟକତା ରହିଛି ବୋଲି କହିଛି କଟକ ବାଲିଯାତ୍ରା ବ୍ୟବସାୟୀ ସଂଘ।

Advertisment

କଟକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଚେଷ୍ଟା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସ୍ୱାଗତ କରିଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ଦେ। ଅନ୍ୟପଟେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଆଗେ ଦିଆଯାଉ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ।

Balijatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ