Advertisment

ଆସିଲା ଗାଇଡଲାଇନ୍; ଦୀପାବଳିରେ ମାତ୍ର ୨ଘଣ୍ଟା ଫୁଟାଇ ପାରିବେ ବାଣ

ଆଲୋକର ପର୍ବ ଦୀପାବଳି ପାଇଁ ପ୍ରଦୂଷଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଆସିଛି । ସଂଧ୍ୟା ୭ରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିଛି । ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା ବି ହୋଇଛି ।

Cracker Bursting Allowed Only for Two Hours

Cracker Bursting Allowed Only for Two Hours

Advertisment

ଆଲୋକର ପର୍ବ ଦୀପାବଳି ପାଳନ ପାଇଁ ପୁରା ରାଜ୍ୟ ସଜବାଜ। ଚାରିଆଡେ ଖୋଲିଛି ପୁଳାପୁଳା ବାଣ ଦୋକାନ, ମେଲିଛି ଭଳିକି ଭଳି ବାଣ ପସରା। ତେବେ ବାଣ ଫୁଟାଇବା ଯୋଗୁ ବାୟୁ ଓ ଶଦ୍ଦ ପ୍ରଦୂଷଣ ବଢିବା ଆଶଙ୍କାରେ ଲୋକଙ୍କ ପାଇଁ ନିୟମାବଳୀ ଜାରି କରିଛି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏହାସହିତ ଗ୍ରୀନ୍ କ୍ରାକର ଉପରେ ଜୋର୍ ଦେଇଛି ବୋର୍ଡ। ତେବେ ଏଠି ପ୍ରଶ୍ନ ଉଠୁଛି କେତେ ଦୂର ପାଳନ ହେବ ନିୟମ ? ସମସ୍ତେ ଏହି ନିୟମକୁ ମାନିବେ ତ ? 

Advertisment

ଆଲୋକର ପର୍ବ ଦୀପାବଳି ପାଇଁ ପ୍ରଦୂଷଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଆସିଛି । ସଂଧ୍ୟା ୭ରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିଛି । ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା ବି ହୋଇଛି । ଦେଶ ତଥା ରାଜ୍ୟରେ ଦୀପାବଳି ସମୟରୁ ଆରମ୍ଭ ହୁଏ ପ୍ରଦୂଷଣ । ଯେଉଁଥିପାଇଁ ସୁପ୍ରିମକୋର୍ଟ ଦୀପାବଳିରେ ମାତ୍ର ୨ ଘଣ୍ଟା ବାଣ ଫୁଟାଇବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାସହିତ ରାଜ୍ୟ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବି ଜାରି ହୋଇଛି ଗାଇଡଲାଇନ୍।  ୧୨୫ ଡେସିବେଲ୍ ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା ହୋଇଛି। 

ପାର୍କ, ସାଇଲେନ୍ସ ଜୋନ, ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟର ୧୦୦ ମିଟର ଭିତରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ଖୋଲା ସ୍ଥାନରେ ସବୁଜ ବାଣ ଫୁଟାଇବାକୁ କୁହାଯାଇଛି। ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଶବ୍ଦଯୁକ୍ତ ବାଣ ଦେବା ମନା କରାଯିବା ସହ ବେରିୟମ ଓ କେମିକାଲଯୁକ୍ତ ବାଣ ବିକ୍ରି ଓ ବ୍ୟବହାର ବାରଣ କରାଯାଇଛି। ତେବେ କେଉଁ ବାଣ ଗ୍ରୀନ୍ କ୍ରାକର ଜାଣିବେ କେମିତି ? ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିବା କଥା, ଗ୍ରୀନ୍ କ୍ରାକର ପ୍ରଦୂଷଣ କମ୍ କରିଥାଏ। ନାଗପୁର ଭିତ୍ତିକ ନ୍ୟାସନାଲ ଏନଭେରମେଣ୍ଟାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁସନର ସ୍ବୀକୃତି ଥିବା ଲୋଗୋ ରହିଥିବ। ଏହାସହ ଏଥିରେ ଥିବା କ୍ୟୁଆର୍ କୋଡ୍‌କୁ ସ୍କାନ୍ କରି ଲୋକେ ଏହା ଅରିଜିନାଲ କି ନା ନୁହେଁ, ତା ଜାଣିପାରିବେ। ସେପଟେ ୨ ଘଣ୍ଟା ବାଣଫୁଟା ସମୟକୁ ନେଇ ଲୋକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ତେବେ କେଉଁ ବାଣ ଫୁଟାଇବେ, କାହାକୁ ବର୍ଜନ କରିବେ। ତେବେ ଦୀପାବଳିରେ ବାଣ ଫୁଟାଇବା ସମୟରେ କେଉଁ ସବୁ ସତର୍କତା ଅବଲମ୍ବନ କରାଯିବା ଉଚିତ୍ ? ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, କେବଳ ଖୋଲା ସ୍ଥାନରେ ବାଣ ଫୁଟାନ୍ତୁ । ହାତରେ ବାଣ ଫୁଟାନ୍ତୁ ନାହିଁ। ବାଣ ଫୁଟାଇବାବେଳେ ସୂତା ପୋଷାକ ପିନ୍ଧନ୍ତୁ । ବାଣ ଫୁଟେଇବାବେଳେ ଶରୀରର କୌଣସି ସ୍ଥାନ ଜଳିଗଲେ, ସେଥିରେ ପାଣି ଢାଳନ୍ତୁ। ବରଫ ଘସନ୍ତୁ ନାହିଁ। ଆଖିରେ ବାରୁଦ ପଡ଼ିଲେ ଲଗାତାର ପାଣିରେ ଆଖି ଧୁଅନ୍ତୁ। ଫଳରେ ଆଖିରୁ ବାରୁଦ ଗୁଣ୍ଡ ବାହାରିଯିବ ବୋଲି ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ।

Diwali
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ