ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ହେବ ଶବ ଦାହ। ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି। ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ସେ କହିଛନ୍ତି, ହିନ୍ଦୁ ଶାସ୍ତ୍ର ଅନୁଯାଇ ଗୋବରକୁ ଶବ ଦାହରେ ବ୍ୟବହାର କରାଯିବ । ସ୍ବର୍ଗଦ୍ୱାର କମିଟି ସହ ଆଲୋଚନା କରାଯିବ । ବିଭିନ୍ନ ସାମାଜିକ ଅନୁଷ୍ଠାନ, ଗୋଶାଳା କରିଥିବା ବ୍ୟକ୍ତି ସହ ଆଲୋଚନା କରାଯିବ। ପରେ ଏନେଇ ଖୁବ ଶୀଘ୍ର ବିଚାର ବିମର୍ଶ କରି ପଦକ୍ଷେପ ନେବେ ସରକାର ।
Also Read
ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧିକୁ ବି ସରକାର ଗୁରୁତ୍ବ ଦେଉଛନ୍ତି। ଗୋ ସୁରକ୍ଷା ଓ ଗୋ ମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାରବିମର୍ଶ ପାଇଁ ଗଠିତ ହେବ କମିଟି, ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ । ୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ କମିଟିର ସଦସ୍ୟ ରହିବେ । ଗୋମାତା ସୁରକ୍ଷା,ଗୋଶାଳା ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର କାମଧେନୁ ଯୋଜନା ଆରମ୍ଭ କରିଛନ୍ତି ।