Air Health Service
ଆଜିଠୁ ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା। ୪ ଦିନ ଧରି ଚାଲିବ ସ୍ବାସ୍ଥ୍ୟ ଶିବିର। ରୋଗୀଙ୍କୁ ମିଳିବ ସୁପର ସ୍ପେସାଲିଷ୍ଟ ଚିକିତ୍ସା ସୁବିଧା। ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନାରେ ନବରଙ୍ଗପୁର ଜିଲ୍ଲାରେ ୯୩୮ ଜଣ ରୋଗୀ ସ୍ବାସ୍ଥ୍ୟ ଶିବିରରେ ଉନ୍ନତମାନର ଚିକିତ୍ସା ପାଇପାରିବେ। ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେମାନଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବାକୁ କଟକ ଏସସିବିର ସୁପର ସ୍ପେସାଲିଷ୍ଟ ଡାକ୍ତରମାନେ ବିମାନରେ ଯାଇ ନବରଙ୍ଗପୁରରେ ପହଞ୍ଚିବେ। ପରେ ପର୍ଯ୍ୟାୟକ୍ରମେ ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ ବି ସୁପର ସ୍ପେସାଲିଷ୍ଟ ଡାକ୍ତରମାନେ ରୋଗୀଙ୍କ ପାଖରେ ପହଞ୍ଚି ଚିକିତ୍ସା କରିବେ।
ତେବେ ଗତ ଦେଢ଼ ବର୍ଷ ଧରି ବନ୍ଦ ରହିଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ପୁଣି ଥରେ ଜୋରଦାର କାର୍ଯ୍ୟକାରୀ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅପହଞ୍ଚ ଇଲାକାରେ ୟୁରୋଲୋଜି, ନେଫ୍ରୋଲୋଜି, ଲାଫ୍ରୋସ୍କୋପିକ୍ ସର୍ଜରୀ, ଏଣ୍ଡୋକ୍ରାଇନୋଲୋଜି, ନ୍ୟୁରୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି, ଏଣ୍ଡୋସ୍କୋପି ଭଳି କଷ୍ଟକର ସ୍ବାସ୍ଥ୍ୟସେବା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମାଗଣାରେ ଲୋକଙ୍କୁ ଯୋଗାଇ ଦିଆଯିବ ଏହି ଚିକିତ୍ସା ସେବା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751866234.jpg)