ବନ୍ୟା ଜଳରେ ବୁଡିଛି ବାଲେଶ୍ୱର, ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

ଆକାଶ ମାର୍ଗରୁ ବାଲେଶ୍ୱର ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ ।

CM Mohan Majhi

ଆଜି ଆକାଶ ମାର୍ଗରୁ ବାଲେଶ୍ୱର ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସକାଳ ସାଢ଼େ ୯ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପଟର ଯୋଗେ ବାଲେଶ୍ୱର ଯିବେ । ଆକାଶ ମାର୍ଗରୁ ବାଲିଆପାଳ ଓ ଭୋଗରାଇର ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଏରିଏଲ୍ ସର୍ଭେ କରିବା ପରେ ଦିନ ୧୧ଟା ବେଳେ ବାଲେଶ୍ୱର ପଦ୍ମାବତୀ ପାର୍କ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ ।

ଅଧିକ ପଢନ୍ତୁ : ବନ୍ୟାରେ ବେହାଲ୍ ଉତ୍ତର ଓଡ଼ିଶା, ଜଳବନ୍ଦୀ ଗାଁକୁ ଜଳମଗ୍ନ ଚାଷଜମି!

ସେଠାରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ସହ କନଫରେନସ ହଲରେ ବନ୍ୟା ସ୍ଥିତି ମୁକାବିଲା ନେଇ ଆଲୋଚନା କରିବେ । ଏହି ସମୟରେ ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିବେ । ସୁବର୍ଣ୍ଣରେଖାର ବନ୍ୟା ଜଳରେ ବୁଡିଛି ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ୍ । ବୁଢାବଳଙ୍ଗ ଓ ଜଳକା ବି ଫୁଲୁଛି ।