Advertisment

ପୋଲିସ୍‌ ବିଭାଗକୁ CMଙ୍କ ତାଗିଦ୍‌...କହିଲେ, ଲୋକଙ୍କୁ ଦେଖାଅ ଉତ୍ତମ ବ୍ୟବହାର

କଡ଼ା ମିଜାଜ୍ ନୁହେଁ, ଲୋକଙ୍କୁ ଉତ୍ତମ ବ୍ୟବହାର ଦେଖାଅ । ନ୍ୟାୟ ପାଇଁ ଆସୁଥିବା ଲୋକଙ୍କୁ ହଇରାଣ ହରକତ ନକରି, ତୁରନ୍ତ ନ୍ୟାୟ ଦିଅ । ରାଜ୍ୟ ଗୃହ ବିଭାଗର ସମୀକ୍ଷା ବେଳେ ଏଭଳି ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଅଦ୍ୟତନ ହୋଇଛି
undefined

CM Mohan Majhi Reviews Law & Order

Advertisment

ରାଜ୍ୟ ପୋଲିସକୁ ନୂଆ ସିଏମଙ୍କ କଡ଼ା ନିର୍ଦ୍ଦେଶ । ଜନସାଧାରଣଙ୍କୁ ଦିଅ ତ୍ବରିତ ନ୍ୟାୟ । ନ୍ୟାୟ ପାଇଁ ଥାନାକୁ ଆସୁଥିବା ବ୍ୟକ୍ତିଙ୍କୁ ନିରାଶ କରନାହିଁ । ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରି ଏଭଳି କଡ଼ା ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମୟ ଦିନ ୧୧ଟା । ସିଏମଙ୍କ ନିର୍ଦ୍ଦେଶ ଅନୁଯାୟୀ ପହଞ୍ଚିଥିଲେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସମେତ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନଶୃଙ୍ଖଳା ଏଡିଜି ଆରକେ ଶର୍ମାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ । ଏହାପରେ ଏହି ବଛା ବଛା ଅଫିସରଙ୍କ ସହ ଆଇନଶୃଙ୍ଖଳା ସ୍ଥିତି ଉପରେ ହୋଇଥିଲା ମାନସ ମନ୍ଥନ। ସ୍ଥିତି ସମୀକ୍ଷା କରି ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ ପୋଲିସ କିଭଳି ଗୁଣାତ୍ମକ ସେବା ଯୋଗାଇ ପାରିବ, ତା’ଉପରେ ଗୁରୁତ୍ବ ଦେଇଥିଲେ। ସେହିପରି ସମସ୍ତଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Advertisment

କେବଳ ଏତିକି ନୁହଁ, ଆସନ୍ତା ଜୁଲାଇ ପହିଲାରୁ ଲାଗୁ ହେବାକୁ ଥିବା ନୂଆ ଭାରତୀୟ ସଂହିତା ଆଇନର କାର୍ଯ୍ୟକାରିତା ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । କାରଣ ଦେଶରେ ପ୍ରଚଳିତ ୧୮୬୧ର ବ୍ରିଟିଶ ଆଇନକୁ ରଦ୍ଦ କରି ଏବେ ଲାଗୁ ହେବାକୁ ଯାଉଛି ୩ଟି ନୂଆ ଆଇନ । ଇଣ୍ଡିଆନ୍ ପେନାଲ୍ କୋଡ୍ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’, ‘କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର’ ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍ ଏଭିଡେନସ୍ ଆକ୍ଟ’ ପରିବର୍ତ୍ତେ ଆସିବ ‘ଭାରତୀୟ ସାକ୍ଷୀ ଅଧିନିୟମ’ । ଏଥିରେ ପୂର୍ବରୁ ୫୧୧ଟି ସେକ୍ସନ ରହିଥିବାବେଳେ ଏବେ ୩୫୮ଟି ସେକ୍ସନ୍ ରହିବ ଏବଂ ୧୭୫ଟି ସେକ୍ସନ ସଂଶୋଧନ କରାଯିବ । ଏ ସଂପର୍କରେ ରାଜ୍ୟ ପୋଲିସ କିଭଳି ପ୍ରସ୍ତୁତି ରହିଛି ସେନେଇ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ।

୨୦୨୨ର NCRBର ତଥ୍ୟ କହୁଛି, ରାଜ୍ୟରେ ପୂର୍ବବର୍ଷ ଗୁଡ଼ିକରେ ଆଇନଶୃଙ୍ଖଳା ସ୍ଥିତି ଉଦବେଗଜନକ ରହିଛି । ୭ ହଜାର ୩୨୭ଟି ଅସଦାଚରଣ, ୧୪ଟି ଦୁଷ୍କର୍ମ ଓ ହତ୍ୟା ମାମଲା ସହ ମହିଳା ବିରୋଧୀ ହିଂସାରେ ଓଡ଼ିଶା ୪ ନମ୍ବର ସ୍ଥାନରେ ରହିଛି । ସେହିପରି ୮ ହଜାର ୨୪୦ଟି ଶିଶୁ ନିର୍ଯାତନା ଓ ଅପହରଣ ମାମଲା ସହ ମାନବଚାଲାଣ, ଚୋରି, ଡକାୟତି, ରାହାଯାନୀ, ହତ୍ୟା ଏବଂ ସାଇବର କ୍ରାଇମର ସ୍ଥିତି ବି ରାଜ୍ୟରେ ଚିନ୍ତାଜନକ ରହିଛି । ଏଭଳି ଅପରାଧିକ ପୃଷ୍ଠଭୂମି ଉପରେ ଆଜି ପୋଲିସ ବିଭାଗ ସହ ନୂଆ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଏବଂ କଡ଼ା ନିର୍ଦ୍ଦେଶକୁ ନେଇ ନାନା ଚର୍ଚ୍ଚା ହେଉଛି । ନୂଆ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଅଭିମୁଖ୍ୟ ପରେ ରାଜ୍ୟ ପୋଲିସ ବିଭାଗ ଏବେ କେତେ ତତ୍ପର ହେଉଛି, ତା’ଉପରେ ନଜର ।

Advertisment
Odisha Police Chief Minister Mohan Charan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ