Uttam Mohanty Death: ବାସଭବନରେ ଉତ୍ତମଙ୍କ ପାର୍ଥିବ ଶରୀର, ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ।

ଆରପାରିରେ ଉତ୍ତମ ମହାନ୍ତି

ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ଅନ୍ତିମ ଦର୍ଶନ ପାଇଁ ବାସଭବନ ଆଗରେ ପ୍ରବଳ ଭିଡ । ଜଗନ୍ନାଥବିହାରସ୍ଥିତ ବାସଭବନରେ ତାଙ୍କର ପାର୍ଥିବ ଶରୀର ରଖାଯାଇଥିବାବେଳେ ଅନ୍ତିମ ଦର୍ଶନ ପାଇଁ ସଂପର୍କୀୟ, ପ୍ରଶଂସକ ଓ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ ଛୁଟୁଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସେଠାରେ ପହଞ୍ଚି ଉତ୍ତମଙ୍କ ଶେଷ ଦର୍ଶନ କରିଛନ୍ତି । ସେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । 

ଅନ୍ତିମ ଦର୍ଶନ ପରେ ଆଜି ଅପରାହ୍ନରେ ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ । କିଛି ଘଣ୍ଟା ପୂର୍ବରୁ ଅଭିନେତାଙ୍କ ମରଶରୀର ଦିଲ୍ଲୀରୁ ଆସି ଭୁବନେଶ୍ବରରେ ପହଞ୍ଚିଥିଲା । ଏହାପରେ ମରଶରୀରକୁ ଜଗନ୍ନାଥ ବିହାର ବାସଭବନକୁ ଅଣାଯାଇଥିଲା । ସେଠାରେ ତାଙ୍କର ଶେଷ ଦର୍ଶନ ପାଇଁ ପ୍ରବଳ ସଂଖ୍ୟାରେ ପ୍ରଶଂସକ, ସମ୍ପର୍କୀୟ ଓ ବିଶିଷ୍ଟ ବ୍ୟକ୍ତିମାନେ ପହଞ୍ଚିଛନ୍ତି ।

ଅଧିକ ପଢନ୍ତୁ:  ଉତ୍ତମଙ୍କ ବିୟୋଗରେ ରାଜ୍ୟବ୍ୟାପୀ ଶୋକ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବୈଜୟନ୍ତ ପଣ୍ଡା


ଗତକାଲି ଓଲିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି । ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି । ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ଉତ୍ତମ । 

ଭୁବନେଶ୍ବରରେ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଗତ ୮ ତାରିଖରେ ତାଙ୍କୁ ମେଦାନ୍ତ ହସପିଟାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ କରାଯାଇଥିଲା ଉତ୍ତମଙ୍କୁ। ସେଠାରେ ଗତ ୨୦ ଦିନ ହେଲା ତାଙ୍କର ଚିକିତ୍ସା ଜାରି ରହିଥିଲା । ତେବେ ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ତାଙ୍କର ହୃଦଘାତ ହୋଇଥିଲା ଏବଂ ପରେ ମୃତ୍ୟୁ ଘଟିଥିବା ତାଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ: CA ରୁ ସୁପରଷ୍ଟାର....ଉତ୍ତମଙ୍କ ବିଷୟରେ କିଛି ଅଜଣା କଥା