Advertisment

ଏବେ ବି ଆଶ୍ରୟସ୍ଥଳୀରେ ଅଛନ୍ତି ୩୦ ହଜାର, ୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସେହିପରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାର ୧୨ଟି ବ୍ଲକ, ୮୮୦ ପଞ୍ଚାୟତର ୪୧୦୦ ଗାଁରେ ଫସଲ କ୍ଷତି ହୋଇଛି। ମୋଟ ୨ ଲକ୍ଷ ୭୧ ହଜାର ୮୦୦ ଏକର ଚାଷଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି।

ଅଦ୍ୟତନ ହୋଇଛି
Mohan Majhi

Mohan Majhi

Advertisment

ନଭେମ୍ବର ୨ ତାରିଖ ସୁଦ୍ଧା ସବୁ ବିଭାଗ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବେ। ଏହାପରେ ପ୍ରଭାବିତଙ୍କୁ ମିଳିବ ସରକାରୀ ସହାୟତା। ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ଅନୁଧ୍ୟାନ ଏବଂ ବାତ୍ୟା ସ୍ଥିତିର ସମୀକ୍ଷା କରିବା ପରେ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Advertisment

ସେ କହିଛନ୍ତି, ଏବେ ୪୭୦ଟି ଆଶ୍ରୟସ୍ଥଳୀରେ ୩୦ ହଜାର ଲୋକ ଅଛନ୍ତି । ବାତ୍ୟା ପ୍ରଭାବିତ ୫୦ ହଜାର ଲୋକଙ୍କୁ ବିଦ୍ୟୁତ୍ ଯୋଗାଯାଇ ପାରିନି । ତଳିଆ ଅଞ୍ଚଳରେ ପାଣି ଜମିଥିବାରୁ ବିଦ୍ୟୁତ ଯୋଗାଣ ହୋଇପାରିନି । ମୋଟ ୨୨ ଲକ୍ଷ ୮୪ ହଜାର ଲୋକ ବିଦ୍ୟୁତ୍ ସେବାରୁ ବିଚ୍ଛିନ୍ନ ହୋଇଥିଲେ । ଏବେ ୨୨ ଲକ୍ଷ ୩୨ ହଜାର ଲୋକଙ୍କୁ ବିଦ୍ୟୁତ୍ ସେବା ମିଳିଛି । ବିଦ୍ୟୁତ୍ ବିଭାଗର ୭ ହଜାର କର୍ମଚାରୀ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବିଦ୍ୟୁତ ବିଭାଗର ୯୮% କାମ ସରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାର ୧୨ଟି ବ୍ଲକ, ୮୮୦ ପଞ୍ଚାୟତର ୪୧୦୦ ଗାଁରେ ଫସଲ କ୍ଷତି ହୋଇଛି। ମୋଟ ୨ ଲକ୍ଷ ୭୧ ହଜାର ୮୦୦ ଏକର ଚାଷଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ଜଳ ନିଷ୍କାସନ ପରେ କ୍ଷେତ୍ରକୁ ଯାଇ ଆକଳନ କରାଯିବ। ସେହି ଆଧାରରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

Advertisment

Cyclone Dana Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ