Advertisment

ବାବୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, 'ଗର୍ବ ଛାଡ଼ି ଜନପ୍ରତିନିଧିଙ୍କୁ ସମ୍ମାନ କର'

ମୋହନ ସରକାରର ପ୍ରଥମ ଜିଲ୍ଲାପାଳ ସମ୍ମିଳନୀରେ ଅଫିସରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାର୍ତ୍ତା । ସେକାଳ ପଖାଳ ଆଉ ନାହିଁ । ଗର୍ବ ଛାଡ଼ି ଲୋକପ୍ରତିନିଧିଙ୍କୁ ସମ୍ମାନ କର, ନିୟମିତ ଫିଲ୍ଡ ଭିଜିଟ୍ କରି ସରକାରଙ୍କ ଯୋଜନାର ସଫଳ କାର୍ଯ୍ୟାନ୍ୱୟ ଉପରେ ଗୁରୁତ୍ୱ ଦିଅ ।

ଅଦ୍ୟତନ ହୋଇଛି
undefined

Odisha CM Mohan Majhi

Advertisment

ମୋହନ ସରକାରର ପ୍ରଥମ ଜିଲ୍ଲାପାଳ ସମ୍ମିଳନୀରେ ଅଫିସରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାର୍ତ୍ତା । ସେକାଳ ପଖାଳ ଆଉ ନାହିଁ । ଗର୍ବ ଛାଡ଼ି ଲୋକପ୍ରତିନିଧିଙ୍କୁ ସମ୍ମାନ କର, ନିୟମିତ ଫିଲ୍ଡ ଭିଜିଟ୍ କରି ସରକାରଙ୍କ ଯୋଜନାର ସଫଳ କାର୍ଯ୍ୟାନ୍ୱୟ ଉପରେ ଗୁରୁତ୍ୱ ଦିଅ । ନିଜ ଅନୁଭୁତି ଓ ଅଭିଜ୍ଞତାରୁ ପୂର୍ବ ସରକାର ସମୟରେ ପ୍ରଶାସନିକ ସ୍ତରରେ ହେଉଥିବା ତ୍ରୁଟି ବିଚ୍ୟୁତିର ଉଦାହରଣ ଦେଇ ପ୍ରଶାସନକୁ ଲୋକାଭିମୁଖୀ ହେବାକୁ ପରାମର୍ଶ ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

କଡ଼ା ଆଭିମୁଖ୍ୟ, କଠୋର ବାଣୀ, ଶକ୍ତ ବାର୍ତ୍ତା .. ଲୋକସେବା ଭବନ କନଭେନ୍ସନ ହଲରେ ନୂଆ ସରକାରର ପ୍ରଥମ ଜିଲ୍ଲାପାଳ ସମ୍ମିଳନୀକୁ ଆଜି ଏମିତି ଢଙ୍ଗରେ ସମ୍ବୋଧିତ କରି ଶାସନ ଓ ବିକାଶର ରୋଡ୍ ମ୍ୟାପ୍ ରଖିଛନ୍ତି, ନିଜ ଅନୁଭୂତି ଓ ଅଭିଜ୍ଞତାରୁ ପୂର୍ବ ସରକାରର ଅଫିସରରାଜ୍ ଉପରେ କଡ଼ା ପ୍ରହାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

କହିଛନ୍ତି- ନୂଆ ସରକାରର ନୂଆ ଆଭିମୁଖ୍ୟକୁ ନେଇ ଆମକୁ କାମ କରିବାକୁ ପଡ଼ିବ । ସରକାର ଓ ଲୋକଙ୍କ ମଧ୍ୟରେ ସେତୁ ହେଉଛନ୍ତି ଜିଲ୍ଲାପାଳ । ସବୁ ଯୋଜନା ଠିକ୍ ସମୟରେ ଆରମ୍ଭ ହୋଇ ଠିକ୍ ସମୟରେ ଶେଷ ହେବା ଦରକାର । ତେଣୁ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟାନ୍ୱୟ ପାଇଁ ନିୟମିତ ଫିଲ୍ଡ ଭିଜିଟ୍ କରନ୍ତୁ ।

Advertisment

ସ୍କୁଲ, ଅଙ୍ଗନୱାଡ଼ି, ଥାନା, ସ୍ୱାସ୍ଥ୍ୟ କେନ୍ଦ୍ର ସବୁଠିକୁ ଯାଆନ୍ତୁ, ତ୍ରୁଟି- ବିଚ୍ୟୁତି ଦେଖିଲେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଦୁର୍ନୀତି ପ୍ରତି ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇ କହିଛନ୍ତି, ଏନେଇ କୌଣସି ସ୍ତରରେ ସାଲିସ କରାଯିବ ନାହିଁ । ଦୋଷୀଙ୍କୁ ବରଦାସ୍ତ କରାଯିବନି । ପୂର୍ବ ସରକାରରେ ହୋଇଥିବା ଦୁର୍ନୀତିର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଗାଦିମଡ଼ା ବାବୁଙ୍କୁ ତାଗିଦ୍ କରି କହିଛନ୍ତି, ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ୩ରୁ ୪ ବର୍ଷ ରହିବା କଥା । କିନ୍ତୁ ପୂର୍ବ ସରକାରରେ ଦେଖାଯାଇଛି ଜଣେ ଜଣେ ଗୋଟିଏ ଗୋଟିଏ ବିଭାଗରେ ୧୫-୨୦ ବର୍ଷ ଯାଏଁ ରହିଛନ୍ତି । ହେଲେ ସେକାଳ ପଖାଳ ଆଉ ନାହିଁ କହି ଶାସନରେ ସ୍ୱଚ୍ଛତା ପାଇଁ ନିୟମ ଆଧାରରେ ବଦଳିକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ଜିଲ୍ଲାପାଳ ସମ୍ମିଳନୀରେ ଉଦବୋଧନ ଦେବା ବେଳେ ବାବୁଙ୍କୁ ଗର୍ବ ଛାଡ଼ି ବୁକ୍ ସର୍କୁଲାର ୪୭ ଅନୁସାରେ, ଜନପ୍ରତିନିଧିଙ୍କ ପ୍ରତି ଉଚିତ୍ ସମ୍ମାନ ଦେବାକୁ କଡ଼ା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏକ୍ଷେତ୍ରରେ ପୂର୍ବ ସରକାର ଅମଳରେ ବିଧାୟକ ଭାବେ ଏକ ଅଭିଯୋଗ ନେଇ ଥାନାକୁ ଯାଇଥିଲା ବେଳେ ଆଇଆଇସି ତାଙ୍କୁ କିଭଳି ଗେଟ୍ ଆଉଟ୍ କହିଥିଲେ ତାର ତିକ୍ତ ଅନୁଭୂତି ବଖାଣିବା ସହ ଏକ ସମୟରେ ରାଜ୍ୟର ମନ୍ତ୍ରୀ ଥିବା ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଜଣେ ଜିଲ୍ଲାପାଳ କିଭଳି ବସିବାକୁ ଚେୟାରଟିଏ ବି ଅଫର କରି ନଥିଲେ ତାର ଉଦାହରଣ ଥୋଇବାକୁ ବି ପଛାଇ ନାହାନ୍ତି ସିଏମ୍ ।

ମୋହନ ସରକାରର ଏଇ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ ପରେ ସରକାର ଓ ପ୍ରଶାସନ ମଧ୍ୟରେ ସଂପର୍କ ମଜଭୁତ କରିବାକୁ ଆଗକୁ ତହସିଲଦାର, ବିଡିଓ, ଆରଆଇ ଏପରିକି ପିଇଓ ମାନଙ୍କୁ ମଧ୍ୟ ତାଲିମ ଦିଆଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱମନ୍ତ୍ରୀ । ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀର ଦ୍ୱିତୀୟ ଦିନରେ ଆସନ୍ତାକାଲି ଜିଲ୍ଲାପାଳ ଓ ଏସପିଙ୍କୁ ବି ମିଳିତ ବୈଠକକୁ ମଧ୍ୟ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ।

Politics Odisha Politics Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ