Advertisment

CHSE +2 Exam From February 18: ୧୮ରୁ ଯୁକ୍ତ ଦୁଇ ପରୀକ୍ଷା: ୪୫ ଦିନରେ ରେଜଲଟ୍

କପି ରୋକିବା ପାଇଁ ହୋଇଛି ୫ ଥାକିଆ ସ୍କ୍ୱାର୍ଡ ବ୍ୟବସ୍ଥା। ପରୀକ୍ଷା କେନ୍ଦ୍ରରେ ଅଚାନକ ଚଢାଉ କରିବେ ସ୍କ୍ୱାର୍ଡ। ୩୦ ଜିଲ୍ଲାର ୩୫ଟି ଜାଗାରେ ଆଗୁଆ ସ୍କ୍ୱାର୍ଡ ରହିବେ। ସେମାନଙ୍କ ପରିଚୟ କେହି ଜାଣିବେନି।

ଅଦ୍ୟତନ ହୋଇଛି
Plus Two

Plus Two

Advertisment

ଆଉ ମାତ୍ର ୨ ସପ୍ତାହ ପରେ ଯୁକ୍ତ ୨ ପରୀକ୍ଷା ହେବାକୁ ଥିବା ବେଳେ, ଏହାକୁ ସୁଚାରୁ ଓ ଶୃଙ୍ଖଳିତ କରିବା ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା। ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରସ୍ତୁତି ବୈଠକ କରିଥିବା ବେଳେ ୪୫ ଦିନରେ ରେଜଲଟ୍ ପ୍ରକାଶ ଓ ପେପର ଲିକ୍‌ ରୋକିବାକୁ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିସହ ସମସ୍ତ ପରୀକ୍ଷା ହବ ୨୪ ଘଣ୍ଟିଆ ସିସିଟିଭି ନଜରରେ ରହିବ ଓ କପି ରୋକିବାକୁ ଏଥର ପଞ୍ଚସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ହେବ ବୋଲି CHSE ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

Advertisment

ଫେବ୍ରୁଆରୀ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଜୀବନର ଅତି ଗୁରୁତ୍ୱପୂର୍ଣ୍ଣ ସୋପାନ ଅତିକ୍ରମ କରିବାକୁ ଉତ୍ତର ଖାତାରେ ନିଜ ମେଧାର ପରିଚୟ ଦେବେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀ। ଏଥିପାଇଁ ଆଜି ଭିଡିଓ କନଫରେନ୍ସିଂ ଯୋଗେ ପ୍ରସ୍ତୁତି ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ସବୁ ସତର୍କତା ଓ ପ୍ରତିକାର ବ୍ୟବସ୍ଥା ସତ୍ତ୍ୱେ ଅଧିକାଂଶ ବର୍ଷ ସାମ୍ନାକୁ ଆସୁଛି ପ୍ରଶ୍ନପତ୍ର ଲିକ ଓ ଭାଇରାଲ୍ ଅଭିଯୋଗ। ଏଥର ୧ ହଜାର ୨୭୬ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ପ୍ରଶ୍ନ ପତ୍ର ଲିକ ବା ଗୁଜବ କଲେ, ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ଅଧିକ ପଢ଼ନ୍ତୁ: କ୍ୟାନ୍ସର ଓ କିଡନୀ ରୋଗ ପଞ୍ଜୀକରଣ ପଇଁ ସରକାରଙ୍କ ନିଷ୍ପତ୍ତି

କପି ରୋକିବା ପାଇଁ ହୋଇଛି ୫ ଥାକିଆ ସ୍କ୍ୱାର୍ଡ ବ୍ୟବସ୍ଥା। ପରୀକ୍ଷା କେନ୍ଦ୍ରରେ ଅଚାନକ ଚଢାଉ କରିବେ ସ୍କ୍ୱାର୍ଡ। ୩୦ ଜିଲ୍ଲାର ୩୫ଟି ଜାଗାରେ ଆଗୁଆ ସ୍କ୍ୱାର୍ଡ ରହିବେ। ସେମାନଙ୍କ ପରିଚୟ କେହି ଜାଣିବେନି। ସବୁ ସେଣ୍ଟରରେ ସିସିଟିଭିକୁ ଗୁରୁତ୍ୱ ଦିଆଯାଇଛି। ବିଭ୍ରାନ୍ତିକର ଖବର କିମ୍ବା ଗୁଜବ ଖବରରୁ ପିଲାମାନଙ୍କୁ ଦୂରେଇ ରହିବାକୁ ଅପିଲ୍‌ କରିଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ପ୍ରଶାନ୍ତ ପରିଡ଼ା।

Advertisment

ସମସ୍ତ ଜିଲ୍ଲାପାଳ ଓ SPଙ୍କୁ ପରୀକ୍ଷା ପରିଚାଳନାରେ ସାହାଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ସୂଚନା ଅନୁସାରେ, ଯୁକ୍ତ ଦୁଇ ପରୀକ୍ଷା ପାଇଁ ୨୦୫ଟି ପରୀକ୍ଷା ହବ ହୋଇଥିବା ବେଳେ ସେଗୁଡ଼ିକ ୨୪ ଘଣ୍ଟିଆ ସିସିଟିଭି ନଜରରେ ରହିବ। ସକାଳ ୮ଟା ୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର। ଚଳିତ ବର୍ଷ ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଚାଲିବ ଯୁକ୍ତ ଦୁଇ ପରୀକ୍ଷା। ମୋଟ ୨୨ଟି ସିଟିଂରେ ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ। ଚଳିତ ଥର କୌଣସି ସିଲାବସ୍‌ ବଦଳି ନାହିଁ। କେବଳ ପାର୍ଟନ ବଦଳିଛି ବୋଲି ପ୍ରଫେସର ପରିଡ଼ା କହିଛନ୍ତି।

ଅଧିକ ପଢ଼ନ୍ତୁ:ଶୀତଳ ଭଣ୍ଡାର ନାହିଁ, କମ୍ ଦାମ୍‌ରେ କିଣି ନେଉଛନ୍ତି ବେପାରୀ...ମୂଳଖର୍ଚ୍ଚ ପାଉନି ଚାଷୀ

Advertisment

ସାମ୍ସର ରିପୋର୍ଟ ଅନୁସାରେ ଏଥର ଯୁକ୍ତ ଦୁଇ କଳା ରେଗୁଲାରରେ ୨୩୦୬୭୭ ଓ ଏକ୍ସ ରେଗୁଲାରରେ ୧୬୭୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଠିକ୍‌ ସେମିତି ବାଣିଜ୍ୟ ରେଗୁଲାରରେ ୨୩୬୫୬ ଓ ୧୮୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ବିଜ୍ଞାନ ରେଗୁଲାରରେ ୧୦୬୫୦୫ ଓ ଏକ୍ସ ରେଗୁଲାରରେ ୮୪୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେହିପରି ଭେକେସନାଲ୍‌ ରେଗୁଲାରରେ ୫୦୪୯ ଓ ଏକ୍ସରେଗୁଲାରରେ ୬୭୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

CHSE PLus 2 Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ