Advertisment

Odia Dessert Chhenapoda: ଛେନାପୋଡ଼ କହୁଛି, ମୋତେ GI ଟ୍ୟାଗ୍ ଦିଅ

ବିଶ୍ୱ ଛେନାପୋଡ଼ ଦିବସର ଅବସରରେ ଓଡ଼ିଆଙ୍କ ପ୍ରିୟ ମିଠା ଛେନାପୋଡ଼କୁ GI ଟ୍ୟାଗ ପାଇଁ ଚେଷ୍ଟା ହେଉଛି । ସିରାରେ ଜୁଡୁବୁଡୁ ତା' ଶରୀର । ଦେଖିବାକୁ ବାହାରୁ ବାଦାମୀ ଭିତରୁ ଧଳା । ଆଉ ହାତକୁ ତ ତୁଳା ପରି ନରମ । ଦେଖିବା ମାତ୍ରେ ପିଲାଠୁ ବୁଢା ସଭିଁଙ୍କ ପାଟିରେ ଆସିଯାଏ ଲାଳ...

ଅଦ୍ୟତନ ହୋଇଛି
Chhenapoda

Chhenapoda

Advertisment

ସିରାରେ ଜୁଡୁବୁଡୁ ତା' ଶରୀର । ଦେଖିବାକୁ ବାହାରୁ ବାଦାମୀ ଭିତରୁ ଧଳା । ଆଉ ହାତକୁ ତ ତୁଳା ପରି ନରମ । ଖଣ୍ଡିଏ କାଟିଆଣି ପାଟିରେ ରଖିଦେଲେ, ଏହାର ସ୍ୱାଦ ଆପଣଙ୍କୁ ସ୍ୱର୍ଗତୁଲ୍ୟ ଅନୁଭବ ଦେବ । ଦର୍ଶକବନ୍ଧୁ ଏ ଫଟୋ ଦେଖି ଆପଣଙ୍କ ପାଟିରୁ ଲାଳ ଗଡ଼ିଥିବ ନିଶ୍ଚିତ । କାରଣ ଇଏ ହେଉଛି ଆମ ଓଡ଼ିଆଙ୍କ ଅତି ପ୍ରିୟ, ଆଉ ନୟାଗଡ଼ିଆଙ୍କ ଅତି ଆପଣାର ଛେନାପୋଡ଼ । ତାକୁ କିଏ କୁହେ ମିଠା ତ ପୁଣି କିଏ କୁହେ ପିଠା । ଏହି ସୁସ୍ୱାଦୁ ଖାଦ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଆଜି ହେଉଛି ଏପ୍ରିଲ ୧୧, ବିଶ୍ୱ ଛେନା ପୋଡ଼ ଦିବସ । ଯାହାକୁ ନେଇ ସମସ୍ତ ଓଡ଼ିଆଙ୍କ ମନରେ ନାହିଁନଥିବା ଖୁସି । ସବୁଠି ପାଳନ ହେଉଛି ଏହି ପର୍ବ ।  

Advertisment

ଅଧିକ ପଢ଼ନ୍ତୁ: ମହ ମହ ବାସିଲା କଟକ; ଆଉ କେତେ ଦିନ... କଟକ ଦହିବରାକୁ GI ଟ୍ୟାଗ୍‌?

ଆଵାଳ ବୃଦ୍ଧ ବନିତା ସଭିଁଙ୍କ ଖାସ ଏଇ ମିଠା । ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ହେଲ୍ପିଂ ହ୍ୟାଣ୍ଡ' ପକ୍ଷରୁ ଏପ୍ରିଲ 11କୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ ପାଇଁ 2022 ମସିହାରୁ ଆରମ୍ଭ ହୋଇଥିଲା ଉଦ୍ୟମ । ଆଉ ଏହାପରେ ଏବେ ଚାରିଆଡେ ବିଶ୍ୱ ଛେନାପୋଡ଼ ଦିବସ ପାଳନ ହୋଇଆସୁଛି ।

ଛେନା ଓ ଚିନି ମୁଖ୍ୟତଃ ଏହି ୨ଟି ଜିନିଷରୁ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପୋଡ଼ । କେହି କେହି ଏଥିରେ ଆଉକିଛି ପଦାର୍ଥ ପକାଇ ଏହାର ସ୍ୱାଦକୁ ଆହୁରି ଦ୍ୱିଗୁଣିତ କରିଥାନ୍ତି । ଦଶପଲ୍ଲାର ମୂଳ ବାସିନ୍ଦା ତଥା ନୟାଗଡ଼ର ସ୍ୱର୍ଗତ ସୁଦର୍ଶନ ସାହୁଙ୍କୁ ଛେନାପୋଡ଼ର ସ୍ରଷ୍ଟା ବୋଲି କୁହାଯାଏ ।  

Advertisment

ଛେନାପୋଡ଼ ଇତିହାସ:

କଚେରି ବଜାରରେ ଜଳଖିଆ ଦୋକାନ କରିଥିବା ସୁଦର୍ଶନ ଦିନେ ବଳି ପଡିଥିବା କିଛି ଛେନାକୁ ନଷ୍ଟ ହେବାରୁ ବଞ୍ଚାଇବାକୁ ଏଥିରେ କିଛି ଚିନି ମିଶାଇ ତାକୁ ପୋଡ଼ପିଠା ପରି ପୋଡି ଦେଇଥିଲେ । ଆଉ ସେଠାରୁ ହିଁ ଜନ୍ମ ନେଇଥିଲା ଏହି ଲୋକପ୍ରିୟ ମିଠା । ଆଉ ଖାସ୍‌ ସେଥିପାଇଁ ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପାଳନ କରାଯାଏ । 

ଆମ ରାଜ୍ୟ ତଥା ଦେଶରେ ଛେନାପୋଡ଼ର ବହୁତ ଚାହିଦା ରହିଛି । ସେଥିପାଇଁ ନୟାଗଡ଼ ଜିଲ୍ଲାରୁ ପ୍ରତିଦିନ କ୍ୱିଣ୍ଟାଲ କ୍ୱିଣ୍ଟାଲ ଛେନାପୋଡ଼ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ । ନୟାଗଡ଼ ଏବଂ ସର୍ବୋପରି ଓଡିଶାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ଛେନାପୋଡ଼ । ତେଣୁ ଏହି ମିଠାକୁ ବିଶ୍ୱସ୍ତରୀୟ କରିବାକୁ ଏବେ ଅଣ୍ଟା ଭିଡିଛନ୍ତି ସମସ୍ତେ । ଆଉ ନୟାଗଡ଼ ଛେନାପୋଡ଼କୁ GI ଟ୍ୟାଗ ମାନ୍ୟତା ପାଇଁ ପୂର୍ବତନ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଉଦ୍ୟମରେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଛି । 

Advertisment

ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ଛେନାପୋଡ଼ ଦିବସ ଭାବରେ ପାଳନ କରୁଛନ୍ତି ସଭିଁଏ । ଏପଟେ ଛେନାପୋଡ଼କୁ GI ଟ୍ୟାଗ ମାନ୍ୟତା ଅପେକ୍ଷାରେ ପ୍ରତିଟି ଛେନାପୋଡ଼ ପ୍ରେମୀ ।

ଅଧିକ ପଢ଼ନ୍ତୁ: ଅନନ୍ୟ ପ୍ରେମ, ସ୍ୱାମୀଙ୍କ ସିଲିକନ ପ୍ରତିମୂର୍ତ୍ତି ସ୍ଥାପନ କରି କଲେ ପ୍ରାଣ ପ୍ରତିଷ୍ଠା

Odia Cuisine ChhenaPoda Divas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ