Cancer
ସାର ପ୍ରୟୋଗ କରି ଚାଷ ଦ୍ୱାରା ବଢୁଛି କ୍ୟାନସର । ଖାଲି ସେତିକି ନୁହେଁ ମାଟିର ଉର୍ବର ଶକ୍ତି ମଧ୍ୟ କମୁଛି । ତେଣୁ ଜୈବିକ ପ୍ରଣାଳୀ ଚାଷକୁ ପ୍ରୋତ୍ସାହନ ପାଇଁ ଆଜି ବିଧାନସଭାରେ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଚଳିତ ବର୍ଷରୁ ପ୍ରତି ଜିଲ୍ଲାରେ ଜୈବିକ ଚାଷ ଲାଗି ପଦକ୍ଷେପ ନିଆଯିବ ବୋଲି ମଧ୍ୟ ତଥ୍ୟ ରଖିଛନ୍ତି କୃଷିମନ୍ତ୍ରୀ ।
ବିଜେଡି ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରଶ୍ନରେ ମନ୍ତ୍ରୀ ତାଙ୍କ ଉତ୍ତରରେ ଆହୁରି ମଧ୍ୟ କହିଥିଲେ ଯେ-ଏବେ ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡା, ଢେଙ୍କାନାଳ, ବଲାଙ୍ଗୀର, କଳାହାଣ୍ଡି, ମୟୂରଭଞ୍ଜ ପରି ୧୦ଟି ଆଦିବାସୀ ଜିଲ୍ଲାରେ ଜୈବିକ ଚାଷ ହେଉଛି। ୨୦୧୮ ମସିହାରେ ଜୈବିକ କୃଷି ନୀତି ପ୍ରଣୟନ ହୋଇଥିଲା । ବର୍ତ୍ତମାନ ଏହା ୧୦ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବାବେଳେ ଏ ବର୍ଷଠାରୁ ସବୁ ଜିଲ୍ଲାରେ ଜୈବିକ ଚାଷ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Cancer_1725442896.jpg)