Advertisment

SC/ST ପିଲାଙ୍କ ପୋଷ୍ଟ୍ ମାଟ୍ରିକ୍ ସ୍କଲାରସିପରେ ବଡ଼ ଦୁର୍ନୀତି, ଆତ୍ମସାତ୍ ହୋଇଛି କୋଟି କୋଟି ଟଙ୍କା

ଜାଲ୍ ଜାତି ଓ ଆୟ ପ୍ରମାଣପତ୍ର ମାଧ୍ୟମରେ ଛାତ୍ରବୃତ୍ତି ହଡପ୍ । ନକଲି ବା ଭୂତ ଛାତ୍ରଛାତ୍ରୀଙ୍କ ନାଁ ରେ ସମଗ୍ର ରାଜ୍ୟରେ 3 କୋଟି 42 ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଛି।

ଅଦ୍ୟତନ ହୋଇଛି
undefined

Odisha Scholarship Scam

Advertisment

ଛାତ୍ରଛାତ୍ରୀଙ୍କ ବୃତ୍ତି ଟଙ୍କା ହଡପ । ଜାଲ୍ ପ୍ରମାଣପତ୍ର ଦେଇ ଉଠିଛି କୋଟି କୋଟି ଟଙ୍କା । କଲେଜ ଓ ପିଲା ନଥାଇ ବି ଟଙ୍କା ଆତ୍ମସାତ୍ । ଅଡିଟ୍ ବେଳେ ଛାତ୍ରବୃତ୍ତି ପ୍ରଦାନରେ ମେଗା ସ୍କାମ୍ ଧରିଛନ୍ତି କଂପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ। ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପୋଷ୍ଟ ମାଟ୍ରିକ ଶିକ୍ଷାବୃତ୍ତିକୁ ନେଇ ଉଠାଇଛନ୍ତି ପ୍ରଶ୍ନ। ଗତ 2017-18ରୁ 2020-21 ଶିକ୍ଷା ବର୍ଷ ମଧ୍ୟରେ ଜାଲ ଜାତିଗତ ପ୍ରମାଣପତ୍ର, ଜାଲ ଆୟ ପ୍ରମାଣପତ୍ର, ଛାତ୍ରଛାତ୍ରୀ ନଥାଇ ବା ଭୂତ ନାଁ ରେ କୋଟି କୋଟି ଟଙ୍କାର ବୃତ୍ତି ଟଙ୍କା ହଡପ ହୋଇଛି।

Advertisment

ସର୍ବାଧିକ ମାମଲା ଖୋର୍ଦ୍ଧା ଜିଲ୍ଲାରେ ସାମ୍ନାକୁ ଆସିଛି। 2017 ରୁ 21 ମଧ୍ୟରେ କେବଳ ଖୋର୍ଦ୍ଧାରେ 24 ଟି ଶିକ୍ଷାନୁଷ୍ଠାନରେ ହୋଇଥିବା ଆବେଦନ ମଧ୍ୟରୁ 119 ଜଣ ଛାତ୍ରଛାତ୍ରୀ ସମ୍ବନ୍ଧିତ 256ଟି ଆବେଦନରେ ମିଥ୍ୟା ବା ଜାଲ ଜାତିଗତ ପ୍ରମାଣପତ୍ର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦ୍ବାରା ଗ୍ରହଣ କରାଯାଇଛି । କେବଳ ନକଲି ଜାତିଗତ ପ୍ରମାଣ ପତ୍ର ଆଧାରରେ 97 ଲକ୍ଷ 32 ହଜାର ଟଙ୍କା ଆତ୍ମସାତ ହୋଇଛି। ପୁରା ରାଜ୍ୟରେ ଏହି ସଂଖ୍ୟା କୋଟିଏ 38 ଲକ୍ଷ। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ନକଲି ଆୟ ପମାଣପତ୍ର ଆଧାରରେ 40 ଲକ୍ଷ 51 ହଜାର ଟଙ୍କା ହଡ଼ପ ହୋଇଥିବା କହିଛନ୍ତି ଏଜି। ନକଲି ବା ଭୂତ ଛାତ୍ରଛାତ୍ରୀଙ୍କ ନାଁ ରେ ସମଗ୍ର ରାଜ୍ୟରେ 3 କୋଟି 42 ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଛି। 

ଏଠି ପଶ୍ନ ଉଠୁଛି, ସମସ୍ତଙ୍କ ସାମ୍ନାରେ କୋଟି କୋଟି ଟଙ୍କା କିପରି ଆତ୍ମସାତ ହୋଇଥିଲା ? କିଏ ଓ କିପରି ଏହି ଟଙ୍କା ଉଠାଇଥିଲା ? ଏହା ପଛରେ ରହିଛି କି କଲେଜ କର୍ତ୍ତୃପକ୍ଷ ଏବଂ ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତି ? ବୈଷୟିକ ଶିକ୍ଷାମନ୍ତ୍ରୀ କହିଛନ୍ତି, ଯେଉଁମାନେ ଏହା ପଛରେ ଅଛନ୍ତି ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

୨୦୧୭-୧୮ରେ ରାଜଧାନୀର ଇନଫୋସିଟି ଅଂଚଳରେ ଥିବା ସୁବାସ ଏକାଡେମୀ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲଜି ନାଁରେ ବି ଛାତ୍ରବୃତ୍ତି ଟଙ୍କା ହଡପ ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏବେ ସେହି କଲେଜ ସ୍ଥାନରେ ଖୋଲିଛି ଏକ ନର୍ସିଂ କଲେଜ୍। ମେଧାବୃତ୍ତି ଟଙ୍କା ଉଠାଇନେବା ପରେ ପୁରୁଣା କଲେଜ ହଟି ଖୋଲାଯାଇଛି ନୂଆ କଲେଜ୍। ଇଏ ତ ଭାତ ହାଣ୍ଡିରୁ ଗୋଟିଏ ମାତ୍ର। ଏମିତି ରାଜ୍ୟରେ ଅନେକ କଲେଜରେ ମେଧାବୃତ୍ତି ଟଙ୍କା ଚଳୁ କରାଯାଇଛି।

Scholarships Post Matric Scholarship Schemes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ