Advertisment

ଆଜିଠୁ ବଜେଟ୍ ଅଧିବେଶନ; ୨୭ଟି କାର୍ଯ୍ୟଦିବସ, ନୂଆ ସରକାରକୁ ଟାର୍ଗେଟ୍ ଯୋଜନା

ଆସନ୍ତା ୨୫ ତାରିଖରେ ଗୃହରେ ଉପସ୍ଥାପନ ହେବ ୨୦୨୪-୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ଅଧିବେଶନ ପାଇଁ ବିଜେପି ଓ ବିଜେଡି ବିଧାୟକ ଦଳ ବୈଠକ କରି ରଣନୀତି ପ୍ରସ୍ତୁତ କରିସାରିଥିବା ବେଳେ ଆଜି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ ।

ଅଦ୍ୟତନ ହୋଇଛି
Odisha Assembly Budget Session from Today

Budget Session

Advertisment

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏବଂ ମୋହନ ସରକାରର ଏହା ପ୍ରଥମ ବଜେଟ୍ ଅଧିବେଶନ । ଏଥିରେ ୨୭ଟି କାର୍ଯ୍ୟଦିବସ ରହିଛି । ଆଜି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ । ଏହାପରେ ଧନ୍ୟବାଦ ପ୍ରସ୍ତାବ ଆସିବ ।

Advertisment

ଆସନ୍ତା ୨୫ ତାରିଖରେ ଗୃହରେ ଉପସ୍ଥାପନ ହେବ ୨୦୨୪-୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ଅଧିବେଶନ ପାଇଁ ବିଜେପି ଓ ବିଜେଡି ବିଧାୟକ ଦଳ ବୈଠକ କରି ରଣନୀତି ପ୍ରସ୍ତୁତ କରିସାରିଥିବା ବେଳେ ଆଜି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଏହି ଅଧିବେଶନ ମୋହନ ସରକାର ପାଇଁ ବେଶ ଚାଲେଞ୍ଜିଂ ରହିବ।

ଅଧିକ ପଢ଼ନ୍ତୁ: ରତ୍ନଭଣ୍ଡାର ରହସ୍ୟ ସହ ଯାଞ୍ଚ ପାଇଁ ହେବ କି ଲେଜର୍ ସ୍କାନିଂ ଓ ଏଣ୍ଡୋସ୍କୋପି ?

Advertisment

କାରଣ, ନୂଆ ସରକାରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିରୋଧୀ ବିଜେଡି । ଆଡ଼ପ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣା, ରାଜ୍ୟପାଳଙ୍କ ପୁଅ ବିବାଦ ପ୍ରସଙ୍ଗ, ଦରଦାମ ବୃଦ୍ଧି, ଧାନ MSP ୩୧୦୦କୁ ବୃଦ୍ଧି, ୩୦୦ ୟୁନିଟ ମାଗଣା ବିଜୁଳି ପ୍ରତିଶ୍ରୁତି କଥା ଉଠାଇ ନୂଆ ସରକାରଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଛି ବିଜେଡି ।

ଏପଟେ ବିରୋଧୀଙ୍କୁ କାଉଣ୍ଟର କରିବା ସହ କେଉଁ ପ୍ରସଙ୍ଗ ବିଧାନସଭାରେ ଉଠାଇବେ ସେ ନେଇ ରଣନୀତି ପ୍ରସ୍ତୁତ ହୋଇଛି । ମୋହନ ସରକାରଙ୍କ ୪୦ ଦିନର ଉପଲବ୍ଧି କଥା ବିଧାନସଭାରେ ରଖିବ ଦଳ । ସରକାରକୁ ଆସୁ ଆସୁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ସୁଭଦ୍ରା ଯୋଜନା ପାଇଁ ପ୍ରକ୍ରିୟା ଆରମ୍ଭ, ଏହା ସହ ପୂର୍ବ ନବୀନ ସରକାରର ୨୪ ବର୍ଷର କଳା ଚିଠା ଖୋଲି ବିଜେଡିକୁ କାଉଣ୍ଟର କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି ।

Advertisment

ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ପ୍ରଥମ ଥର ଲାଗି ବସିବାକୁ ଯାଉଥିବା ଏହି ଅଧିବେଶନ ପୂର୍ବରୁ ଗତକାଲି ନବୀନଙ୍କୁ ଭେଟିଥିଲେ ମୋହନ ଯାହା ବିଧାନସଭା ପରମ୍ପରା ଇତିହାସରେ ପ୍ରଥମ । ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତାଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିଥିଲେ । ଏହା ସହ ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ଆମନ୍ତ୍ରଣ ମଧ୍ୟ କଲେ ।

ଅଧିକ ପଢ଼ନ୍ତୁ: ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC, ପଦବୀରୁ ହଟିଲେ ସମସ୍ତ ପଦାଧିକାରୀ

ଅଧିବେଶନର ସମସ୍ତ କାର୍ଯ୍ୟ ଦିବସରେ ଗୃହରେ ଉପସ୍ଥିତି ପାଇଁ ନିବେଦନ ବି କଲେ । ଓଡ଼ିଶାର ବିକାଶ ପାଇଁ ବିରୋଧୀ ଦଳ ନେତା ଭାବେ ନବୀନ ଯେଉଁ ଗଠନମୂଳକ ପ୍ରସ୍ତାବ ଦେବେ ତାକୁ ବିଜେପି ସରକାର ଗ୍ରହଣ କରିବେ ବୋଲି କଥା ମଧ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Odisha Assembly Budget Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ