Advertisment

Special Story: ଚତୁର୍ଥୀ ଦିନ ସ୍ତ୍ରୀ କହୁଛି ମୁଁ ପ୍ରେମିକ ପାଖକୁ ଯିବି

ଟିକନ ବାହାହେବା ପରେ ଚତୁର୍ଥୀ ଦିନ ପ୍ରେମିକ ସହ ରହିବାକୁ ସ୍ତ୍ରୀ ଜିଦ୍‌ ଧରିଥିଲେ । ଆଉ ସ୍ୱାମୀଙ୍କ ସହ ନରହି ପ୍ରେମିକ ଶିବୁ ଦେହୁରୀଙ୍କ ନିକଟକୁ ଚାଲିଯିବାକୁ ଥାନାରେ କହିଥିଲେ । ଫଳରେ ପୋଲିସ ନିକଟରେ ହଟହଟ୍ଟା ହୋଇଥିଲେ ଉଭୟ ପରିବାର ।

ଅଦ୍ୟତନ ହୋଇଛି
ଚତୁର୍ଥୀ ଦିନ ପ୍ରେମିକ ଦରକାର

ଚତୁର୍ଥୀ ଦିନ ପ୍ରେମିକ ଦରକାର

Advertisment

ପରିବାର ସମ୍ମତିରେ ବାହାଘର ହେଲା । ସମସ୍ତଙ୍କ ଆଗରେ ହାତଗଣ୍ଠି ପଡ଼ିଲା । ଉଭୟ ଉଭୟଙ୍କୁ ଜୀବନ ସାଥି ଭାବେ ବାଛି, ୭ ଜନମ ଏକାଠି ରହିବାକୁ କଥା ଦିଆନିଆ ହେଲେ । କିନ୍ତୁ ଠିକ୍‌ ଚତୁର୍ଥୀ ଦିନ ସ୍ତ୍ରୀ କହିଲା ମୋର ଦରକାର ମୋ ପ୍ରେମିକ । ସ୍ତ୍ରୀର ଏପରି ହରକତ ପରେ ଥାନାକୁ ଗଲା ଘଟଣା । ପୋଲିସ ସେମାନଙ୍କ ସହ ଆଲୋଚନା କରି ବୁଝାସୁଝା କଲେ, ହେଲେ ସ୍ତ୍ରୀ ମୁଣ୍ଡକୁ ଚଢ଼ିଥିବା ସେ ପ୍ରେମିକ ଭୂତ ଆଉ ଓହ୍ଲାଇଲାନି ।

Advertisment

ଅଧିକ ପଢ଼ନ୍ତୁ: ଆଜି 'ସୁଭଦ୍ରା ଶକ୍ତି ମେଳା' ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, SHG ମହିଳାଙ୍କୁ ଲକ୍ଷପତି ଦିଦି କରିବା ଲକ୍ଷ୍ୟ

ତାଳଚେର ଥାନା ବଡ଼ଦାଣ୍ଡ ସାହି ୧ ନମ୍ବର ୱାର୍ଡ ବାସିନ୍ଦା ଟିକନ ବେହେରାଙ୍କର ସହ ଘଟିଛି ଏମିତି କିଛି ଘଟଣା । ଟିକନ ବଅଂରପାଳ ବ୍ଲକ ତୁଳସୀପାଳ ଗାଁର ବର୍ଷା ଦେହୁରୀଙ୍କୁ ବିବାହ କରିଥିଲେ । ପ୍ରଥମେ ବର୍ଷାଙ୍କ ବଡ଼ ଭଉଣୀଙ୍କ ସହ ଟିକନଙ୍କ ବାହାଘର ଲାଗିଥିଲା । ବିବାହ ପାଇଁ ପରିବାର ସ୍ଥିର କରିସାରିଥିଲା । ହେଲେ ବଡ଼ ଭଉଣୀ ପ୍ରେମିକ ସହ ଫେରାର ହୋଇଯାଇଥିଲା । ଫଳରେ ସାନଭଉଣୀ ବର୍ଷାକୁ ପରିବାର ଲୋକେ ଟିକନଙ୍କୁ ବିବାହ କରାଇଥିଲେ । ହେଲେ ଟିକନ ବାହାହେବା ପରେ ଚତୁର୍ଥୀ ଦିନ ପ୍ରେମିକ ସହ ରହିବାକୁ ସ୍ତ୍ରୀ ଜିଦ୍‌ ଧରିଥିଲେ । ଆଉ ସ୍ୱାମୀଙ୍କ ସହ ନରହି ପ୍ରେମିକ ଶିବୁ ଦେହୁରୀଙ୍କ ନିକଟକୁ ଚାଲିଯିବାକୁ ଥାନାରେ କହିଥିଲେ । ଫଳରେ ପୋଲିସ ନିକଟରେ ହଟହଟ୍ଟା ହୋଇଥିଲେ ଉଭୟ ପରିବାର ।

Advertisment

ଥାନାରେ ବର୍ଷା ଲିଖିତ ଭାବେ ଚୁକ୍ତିନାମା କରି ପ୍ରେମିକ ଶିବୁଙ୍କ ପାଖକୁ ଚାଲିଯାଇଛନ୍ତି l ସେପଟେ ଏ ଘଟଣା ତାଳଚେର ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି l

Advertisment

After Marriage Talcher Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ