Advertisment

ସଭ୍ୟ ସମାଜକୁ ଲଜ୍ଜା ! ଗାଁ ଝିଅର ମୃତଦେହକୁ ଗାଁରେ ପୂରେଇ ଦେଲେନି ଗାଁ ଲୋକ

ଦୁଷ୍କର୍ମ ପରେ ହତ୍ୟାର ଶିକାର ଯୁବତୀଙ୍କ ମୃତଦେହକୁ ଗାଁରେ ପୁରାଇଲେନି । ୫୦ କିଲୋମିଟର ଦୂରରେ ହେଲା ଅନ୍ତ୍ୟେଷ୍ଟି ।

undefined

Crime

Advertisment

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଏଗାଁରୁ ସେ ଗାଁ ବୁଲିଲା ମୃତଦେହ । ୩ ଦିନ ପରେ ୫୦ କିଲୋମିଟର ଦୂରରେ ହେଲା ସଂସ୍କାର ।

Advertisment

୩୦ ଅଗଷ୍ଟ ୨୦୨୪। ସମ୍ବଲପୁର ନାକଟିଦେଉଳ ଥାନା ସାହେବୀ ଗାଁ। ଘର ନିକଟ ନାଳକୁ ଗାଧୋଇବାକୁ ଯାଇଥିଲେ ଯୁବତୀ। ଦୀର୍ଘ ସମୟ ଧରି ଝିଅ ନଫେରିବାରୁ ପରିବାର ଥାନାରେ ଅଭିଯୋଗ କଲେ। ଖୋଜାଖୋଜି ଚାଲିଲା।

୧ ସେପ୍ଟେମ୍ବର ୨୦୨୪। ଗାଁରୁ ୧ କିଲୋମିଟର ଦୂର ଝାରବେଡା ଜଙ୍ଗଲର ଏକ ଖାଲ ଭିତରୁ ଉଲଗ୍ନ ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ। ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣି ରାସ୍ତାକୁ ଓହ୍ଲାଇ ଆସିଲେ ଗ୍ରାମବାସୀ। ପୋଲିସ ଅଭିଯୁକ୍ତ ସେହି ଗାଁର ଶିଶିର ବେହେରାକୁ ଗିରଫ କରି କୋର୍ଟଚାଲାଣ କଲା। ଟଣାଓଟରା ଭିତରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ନିଆଗଲା ବୁର୍ଲା ହସପିଟାଲ।

Advertisment

ବ୍ୟବଚ୍ଛେଦ ତ ସରିଲା, ହେଲେ ଏଇଠୁ ଆରମ୍ଭ ହେଲା ମୃତଦେହର ଗାଁ ବୁଲା। ଆଗରେ ଶବ, ପଛରେ ପୋଲିସ ଆଉ ପ୍ରଶାସନ। ପରିବାରକୁ ସାଙ୍ଗରେ ନେଇ ଖୋଜା ଚାଲିଲା ମଶାଣି। ଯୁବତୀଙ୍କ ନିଜ ଗାଁ ସାହେବାରେ ସଂସ୍କାର ପାଇଁ ମନା କରିଦେଲେ ସଭାପତି। ସାହେବା ଗାଁ.. ପାଖ ଝାରବେଡା ଗାଁ ଲୋକ ବି କହିଲେ, ଏଠି କରାଇଦେବୁନି, ଅନ୍ୟ ଗାଁକୁ ନିଅ। ଶେଷରେ ୫୦ କିଲୋମିଟର ଦୂର ରେଢାଖୋଲ ଏନଏସି ସ୍ୱର୍ଗଦ୍ୱାରରେ ଜଳିଲା ଯୁଇ। 

ପ୍ରଥମେ ଗାଁ ଝିଅ ପାଇଁ ରାସ୍ତାକୁ ଓହ୍ଲାଇଥିବା ଗ୍ରାମବାସୀ ପରେ ସେହି ଝିଅର ଶେଷ ସଂସ୍କାର ଜନ୍ମମାଟିରେ କରାଇ ଦେଲେନି। ଯନ୍ତ୍ରଣା ଓ ଅସହ୍ୟ ପୀଡାରେ ଛଟପଟ ହୋଇ ଜୀବନ ହାରିଥିବା ଯୁବତୀଙ୍କୁ ଶେଷ ସମୟରେ ବି ମିଳିଲାଣି ମଶାଣି। ସଭ୍ୟ ସମାଜରେ ଅସଭ୍ୟତାର ନଗ୍ନ ଉଦାହରଣ। ମରିଗଲା କି ମାନବିକତା ?

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ