'ବିଜେଡି ଗାଡ଼ିର ଷ୍ଟେରିଂ ଧରିଛି କଂଗ୍ରେସ'

ବିଜେପି କହିଛି, ବିଜେଡି ଗାଡିର ଷ୍ଟେରିଂ ଧରିଛି କଂଗ୍ରେସ । କଂଗ୍ରେସର କାନ୍ଧରେ ବନ୍ଧୁକ ରଖି ଗୁଳି ବି ଫୁଟାଉଛି ବିଜୁ ଜନତା ଦଳ ।

caste census politics

ସ୍ୱାଭାବିକ ହେଉନି ବିଧାନସଭା । ବାରମ୍ବାର ଗୃହ ମୁଲତବି । ଆଜି ପ୍ରଶ୍ନକାଳ ଆରମ୍ଭରେ କଂଗ୍ରେସ ଓ ବିଜେଡି ସଦସ୍ୟ ହୋହଲ୍ଲା କରିଥିଲେ । ଜାତିଭିତ୍ତିକ ଜନଗଣନା ଆଲୋଚନା ଦାବିରେ ପ୍ରବଳ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ । ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ହୋହଲ୍ଲା କରିଥିଲେ । ତାରା ବାହିନୀପତି ଓ ଅଧିରାଜ ପାଣିଗ୍ରାହୀ ପୋଡ଼ିୟମକୁ ଚଢ଼ିବାକୁ ଉଦ୍ୟମ କରିଥିଲେ । ହଟ୍ଟଗୋଳ ଭିତରେ ଚାଲି ପାରିନଥିଲା ଗୃହ କାର୍ଯ୍ୟ । ଫଳରେ ବାଚସ୍ପତି ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଥିଲେ । ପରେ 

ପୁଣି ଥରେ ଗୃହରେ ହୋହଲ୍ଲା ହୋଇଥିଲା । 

ସେପଟେ ଏହାର କାଉଣ୍ଟର କରି ବିଜେପି କହିଛି, ବିଜେଡି ଗାଡିର ଷ୍ଟେରିଂ ଧରିଛି କଂଗ୍ରେସ । କଂଗ୍ରେସର କାନ୍ଧରେ ବନ୍ଧୁକ ରଖି ଗୁଳି ବି ଫୁଟାଉଛି ବିଜୁ ଜନତା ଦଳ । ବିଜେଡିର ନୀଳବର୍ଣ୍ଣ ଶୃଗାଳ ନୀତିର ଉଚିତ ଜବାବ ଦେଇଛନ୍ତି ଓଡିଶାବାସୀ । ଜାତି ଜନଗଣନାର ବାହାନା ନେଇ ମୂଳ ବିଷୟକୁ ବିଧାନସଭାରେ ଆଲୋଚନ କରୁ ନାହାନ୍ତି ବିରୋଧୀ । ଯଦି ବିଜେଡି ସାମାଜିକ ନ୍ୟାୟରେ ବିଶ୍ୱାସ କରୁଛି ତାହେଲେ ନବୀନ ବାବୁ ୨ଟି ପୋଷ୍ଟ ଦଳ ସଭାପତି ଓ ବିରୋଧୀ ଦଳ ନେତା ପଦବିରେ ଅଛନ୍ତି, ଗୋଟିଏ ଦଳିତ ଆଦିବାସୀ କିମ୍ୱା ଓବିସି ବର୍ଗଙ୍କୁ ଛାଡ଼ନ୍ତୁ ବୋଲି ଆହ୍ୱାନ ଦେଇଛି ।

ବିଜେପି ସାମାଜିକ ନ୍ୟାୟରେ ବିଶ୍ୱାସ ରଖି ଆଦିବାସୀ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିଥିବା ବେଳେ, ୪ ଆଦିବାସୀ, ୭ ଓବିସି ଓ ୨ ଦଳିତ ବର୍ଗଙ୍କୁ ମନ୍ତ୍ରୀ ମଣ୍ଡଳରେ ପ୍ରତିନିଧିତ୍ୱ ମିଳିଛି ବୋଲି କହିଛନ୍ତି ବିଜେପି ନେତା ମନୋଜ ମହାପାତ୍ର ।