J P Nadda
ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଭୁବନେଶ୍ବରରେ ପହଞ୍ଚିବା ପରେ ପାର୍ଟି କାର୍ଯ୍ୟାଳୟକୁ ଯାଉଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ଦଳର ସାଂସଦ, ବିଧାୟକ ଓ ରାଜ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିବେ । ଗୋଟାଏ ଯାଏଁ ରାଜ୍ୟ କାର୍ଯ୍ୟାଳୟରେ ରହିବେ।
ଅଧିକ ପଢ଼ନ୍ତୁ: ଯାଞ୍ଚ ହେବ ମହାପ୍ରସାଦ, ଶୁଖିଲା ଭୋଗର ମାନ; ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର
ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ନଡ୍ଡା ଆଜି ଦିନ ୧୧ଟା ସମୟରେ ବିମାନ ବନ୍ଦରରେ ପହଞ୍ଚିବେ । ଏହାପରେ ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଏ.ଜି ଛକରେ ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।ଏହି କାର୍ଯ୍ୟକ୍ରମ ପରେ ବିଜେପିର ସଦସ୍ୟତା ଅଭିଯାନରେ ସାମିଲ ହେବେ । ପ୍ରତିଷ୍ଠିତ ବ୍ୟକ୍ତି, ଯୁବବର୍ଗଙ୍କୁ ବିଜେପିର ସଦସ୍ୟତା ଅଭିଯାନରେ ସାମିଲ କରିବା ସହ ତାଙ୍କ ସହିତ ଆଲୋଚନା କରିବେ ।
ଏହାପରେ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ବୈଠକରେ ଯୋଗ ଦେବେ । ଦିନ ୧୨. ୩୦ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ବୈଠକରେ ଯୋଗଦେବେ । ବୈଠକରେ ବିଧାୟକ, ମନ୍ତ୍ରୀ, ସାଂସଦ ଓ ରାଜ୍ୟ ପଦାଧିକାରୀମାନଙ୍କ ସହ ଚର୍ଚ୍ଚା ଆଲୋଚନା କରିବେ। ସଦସ୍ୟତା ଅଭିଯାନ-୨୦୨୪କୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ଗତିଶୀଳ କରିବା ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମରମୂଳ ଉଦ୍ଦେଶ୍ୟ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/_J_P_Nadda_1727332739.jpg)