Advertisment

ଭର୍ତ୍ତୃହରିଙ୍କ ରେଭେନ୍ସା ସମ୍ପାଦକୀୟ; କଡ଼ା ସମାଲୋଚନା କଲା ବିଜେଡି

ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, କଟକ ସାଂସଦ ଜଣେ ଅଭିଜ୍ଞ ସାଂସଦ। ହେଲେ ରେଭେନ୍ସା ନାମ ପରିବର୍ତ୍ତନର ଯଥାର୍ଥତା ଦର୍ଶାଇ ଯେଉଁ ସଂପାଦକୀୟ ଲେଖିଛନ୍ତି ତାହା ଦୁର୍ଭାଗ୍ୟଜନକ ।

ଅଦ୍ୟତନ ହୋଇଛି
MP Bhartruhari Mahtab

MP Bhartruhari Mahtab

Advertisment

ନିଜ ଖବରକାଗଜରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ରେଭେନ୍ସା ସଂପର୍କିତ ସମ୍ପାଦକୀୟକୁ ନେଇ ବିଜେଡିର କଡ଼ା ସମାଲୋଚନା। ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, କଟକ ସାଂସଦ ଜଣେ ଅଭିଜ୍ଞ ସାଂସଦ। ହେଲେ ରେଭେନ୍ସା ନାମ ପରିବର୍ତ୍ତନର ଯଥାର୍ଥତା ଦର୍ଶାଇ ଯେଉଁ ସଂପାଦକୀୟ ଲେଖିଛନ୍ତି ତାହା ଦୁର୍ଭାଗ୍ୟଜନକ ଓ ଏଥିରୁ ଚାଟୁକାରିତାର ବାସ୍ନା ଆସୁଛି ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ।

Advertisment

ଏଥିସହିତ ସେତେବେଳର ମୟୂରଭଞ୍ଜ ମହାରାଜା ତାଙ୍କ ନିହିତ ସ୍ବାର୍ଥ ଦୃଷ୍ଟିରୁ ରେଭେନ୍ସାଙ୍କ ନାଁରେ ନାମିତ କରିବାକୁ ପ୍ରସ୍ତାବ ଦେଇଥିବା ନେଇ ଭର୍ତ୍ତୃହରିଙ୍କ ଯୁକ୍ତି, ସେତବେଳର ଦସ୍ତାବିଜ୍ ଦର୍ଶାଉ ନଥିବା କହିଛନ୍ତି ପ୍ରତାପ।

ସେହିପରି ରେଭେନ୍ସା ହେରିଜେଟ୍ ଫୋରମର ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ଭର୍ତ୍ତୃହରିଙ୍କ 'ନାମ ପରିବର୍ତ୍ତନରେ ପ୍ରଳମ୍ଭ ଅଶୁଦ୍ଧ ହେବନାହିଁ' ଶୀର୍ଷକ ସଂପାଦକୀୟର ତୀବ୍ର ସମାଲୋଚନା କରିଛନ୍ତି। 

Advertisment

କହିଛନ୍ତି ନିଜେ ରେଭେନ୍ସା ଛାତ୍ର ଥିବା ଭର୍ତ୍ତୃହରିଙ୍କର ଅହଂ ଭାବ ଟିକେ ବଢ଼ି ଯାଇଛି। ଯାହା ଲେଖିଛନ୍ତି ମୁଁ ସେଥିରେ ଏକମତ ନୁହେଁ। ଭର୍ତ୍ତୃହରି ନିଜ ମତ ଉପରେ ପୁନଃ ବିଚାର କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ସୌମ୍ୟରଞ୍ଜନ। ତେବେ ଏନେଇ ସାଂସଦ ଭର୍ତ୍ତୃହରିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Ravenshaw University Ravenshaw BJD MP Bhartruhari Mahtab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ