Bag
ନିର୍ବାଚନ ପୂର୍ବରୁ ଗତ ବିଜେଡି ସରକାର ବାଣ୍ଟିଲେ ଶହ ଶହ କୋଟିର ଝୋଟ ବ୍ୟାଗ । ବିଧାନସଭାରେ ଝୋଟ ବ୍ୟାଗ୍ ବଣ୍ଟନ ଖର୍ଚ୍ଚ ନେଇ ହୋସ୍ ଉଡ଼ାଇବା ଭଳି ତଥ୍ୟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନିର୍ବାଚନ ପୂର୍ବରୁ ସରକାର ବାଣ୍ଟିଥିବା ଝୋଟ ବ୍ୟାଗ ଖର୍ଚ୍ଚ ନେଇ ତଥ୍ୟ ଦେଇ ମନ୍ତ୍ରୀ କହିଛନ୍ତି ଏ ବାବଦରେ ଖର୍ଚ୍ଚ ହୋଇଥିଲା ୨୪୭ କୋଟି ୩୬ ଲକ୍ଷ ଟଙ୍କା ।
ସାଧାରଣ ନିର୍ବାଚନ ପୂର୍ବରୁ ୨ଟି ବ୍ୟାଗ୍ ସହ ପରିବାର ପିଛା ୧ ହଜାର ଟଙ୍କା ବଣ୍ଟାଯାଇଥିଲା । ୧ ହଜାର ଟଙ୍କା ବଣ୍ଟନରେ ଖର୍ଚ୍ଚ ହୋଇଛି ମୋଟ ୯୫୯ କୋଟି ୫ ଲକ୍ଷ । ନିର୍ବାଚନ ପୂର୍ବରୁ ପରିବାର ପିଛା ୨ଟି ବ୍ୟାଗ୍, ୧ ହଜାର ଟଙ୍କା ବଣ୍ଟାଯାଇଥିଲା ବୋଲି ଗୃହରେ ତଥ୍ୟ ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Bag_1725436416.jpg)