ତେଜିଲା ସେମିକଣ୍ଡକ୍ଟର ଶ୍ରେୟ ରାଜନୀତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନଫୋ ଭ୍ୟାଲିର ଇଏମସି ପାର୍କରେ ‘ଆର୍ ଆଇଆର୍ ପାୱାର ଇଲେକ୍ଟ୍ରୋ ନିକ୍ସ ଲିମିଟେଡ୍’ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଯାହାକି ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍ ଉତ୍ପାଦନ କାରଖାନା ହେବ ।

Politics of Credit Over Semiconductor Ecosystem in Odisha

ତେଜିଲା ସେମିକଣ୍ଡକ୍ଟର ଶ୍ରେୟ ରାଜନୀତି । ସୋସିଆଲ ମିଡିଆ X ରେ ବିଜେଡି ନେତା ମାନଙ୍କ ଟୁଇଟ୍ ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଶ୍ରେୟ ଦାବି କରିଛି ବିଜେଡି । ଦଳ କହିଛି ଓଡ଼ିଶାରେ ସେମିକଣ୍ଡକ୍ଟର ଭିତ୍ତିଭୂମି ସଫଳତା ପଛରେ ଶ୍ରେୟ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର। ବିଜେପି ସରକାର କେବଳ ରିବନ କାଟି ଶ୍ରେୟ ନେବାକୁ ଚେଷ୍ଟା କରୁଥିବା ଦଳ ଆକ୍ଷେପ କରିଛି ।

ଜବାବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି- ଲୋକଙ୍କ ଆଶୀର୍ବାଦ ଲମ୍ବା ସମୟ ପାଇଁ ଥିଲା, ଦୀର୍ଘ ୨୪ ବର୍ଷ ହେଲା କେମିତି ବିଜେଡି ସରକାର ଏକଥା କରିପାରିଲାନି । ଏଥିପାଇଁ ୭ ଲକ୍ଷ କୋଟି ଟଙ୍କା ଆସିଥିଲା, ହେଲେ କ୍ରିୟାନ୍ୱୟନ ଦରକାର ଥିଲା। ଏବେ ଲୋକ ବିଚାର କରିବେ ଶ୍ରେୟ କାହାର । ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି,ବିଜେଡି ଆଣିଥିବା ଅଭିଯୋଗରେ କିଛି ସତ୍ୟତା ନାହିଁ । ଯିଏ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଇଲା ଶ୍ରେୟ ସେ ନେବ ବୋଲି କହିଛନ୍ତି । ଆମ ସରକାର ଯାହା କଥା କହେ ତାକୁ କାମରେ କରି ଦେଖାଏ । ଆମ ସରକାର ଆସିବା ପରେ ୨ ମାସ ଭିତରେ ସବୁ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନଫୋ ଭ୍ୟାଲିର ଇଏମସି ପାର୍କରେ ‘ଆର୍ ଆଇଆର୍ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍’ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଯାହାକି ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍ ଉତ୍ପାଦନ କାରଖାନା ହେବ ।