Advertisment

ଡାକ୍ତର ନାତିକୁ ଝୁରି ଝୁରି ଜେଜେ ମା’ ଆଖିରୁ ଶୁଖୁନି ଲୁହ

ସେ ନାତି ଆଜି ନାହିଁ ଯାହାକୁ ପିଲାଟି ବେଳୁ ସେ କୋଲେଇ କାଖେଇ ବଡ଼ କରିଥିଲା । ଯାହାର ମୁହଁ ଚାହିଁ ତା ପରିଣତ ବୟସ କାଟୁଥିଲା ।

undefined

Kerala Tragedy

Advertisment

ନାତି ବାହାଘର ଦିନ ବେଶ୍‌ ଖୁସି ଥିଲା ଜେଜେ ମା’। ହସି ହସି ନାତି ଓ ନାତୁଣୀ ବୋହୂ ସହ ଫଟୋ ଉଠାଇଥିଲା। ସେଦିନ ବହୁତ ଖୁସି ଥିଲା ଜେଜେ ମା’ । ହେଲେ ଆଜିର ଦୃଶ୍ୟ ବଖାଣୁଛି ଭିନ୍ନ ଚିତ୍ର । ନାଁ ତା ମୁହଁରେ ଅଛି ସେଦିନର ହସ ନାଁ ଅଛି ଖୁସି । ଆଜି ତାଆଖିରୁ ଝରି ଆସୁଛି ଧାର ଧାର ଲୁହ, ଫାଟି ଯାଉଛି ଛାତି । କାହିଁକି ନା ତା ଧନ, ତା ସୁନା, ତା ଗଳାର ମାଳି ଆଜି ତାପାଖେ ନାହିଁ ।

Advertisment

ସେ ନାତି ଆଜି ନାହିଁ ଯାହାକୁ ପିଲାଟି ବେଳୁ ସେ କୋଲେଇ କାଖେଇ ବଡ଼ କରିଥିଲା । ଯାହାର ମୁହଁ ଚାହିଁ ତା ପରିଣତ ବୟସ କାଟୁଥିଲା । ଆଉ ଭାବିଥିଲା ତା ଶେଷ ସମୟରେ ତା ତୁଣ୍ଡରେ ଟିକିଏ ନିର୍ମାଲ୍ୟ, ଗଙ୍ଗାଜଳ ଦେବ । ତା କୋକେଇକୁ ଟିକିଏ କାନ୍ଧ ଦେବ । ହେଲେ ବିଧିର ବିଧାନ ଦେଖିଲେ, ସେ ଆଜି ବଞ୍ଚି ଥାଉ ଥାଉ ନାତି ତାକୁ ଚିରଦିନ ପାଇଁ ଛାଡି ଚାଲିଗଲା । ପ୍ରକୃତିର କରାଳ ରୂପ ଗ୍ରାସିଦେଲା ତା ନାତିକୁ । ଆମେ କହୁଛୁ କେରଳ ଓ୍ୱାୟନାଡ ଭୂସ୍ଖଳନରେ ପ୍ରାଣ ହରାଇଥିବା ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ଜେଜେ ମାଙ୍କ କଥା । ନାତିର ମୃତ୍ୟୁ ଖବର ଶୁଣି ଆଜି ତାଙ୍କ ପାଦ ତଳୁ ଜମି ଖସିଯାଇଛି। ହତବାକ ହୋଇଯାଇନ୍ତି ସେ ।

ଡାକ୍ତର ବିଷ୍ଣୁପ୍ରସାଦ ବାପା ମାଆଙ୍କ ଗୋଟିଏ ପୁଅ ଥିଲେ । ତେଣୁ ପିଲାଟିବେଳୁ ସେ ଅତି ଗେହ୍ଲାବସରରେ ବଢି ଆସିଛନ୍ତି । ତାଙ୍କ ବାହାଘରକୁ ବି ଅଳ୍ପ ସମୟ ହୋଇଛି । ହେଲେ ଏବେ ତାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପୈତୃକ ଗାଁରେ ଏବେ ଶୋକର ଛାୟା ଖେଳିଯାଇଛି । ପୁରୀ ଜିଲ୍ଲା ଗୋପ ବ୍ଲକ କୁଆଁପଡା ପଂଚାୟତ ପରାଳ ଗାଁ ଝୁରୁଛି ବିଷ୍ଣୁପ୍ରସାଦଙ୍କୁ । ସମସ୍ତଙ୍କ ପ୍ରିୟ ମଣିଷଟି ଆଜି ତାଙ୍କ ପାଖରେ ନଥିବାରୁ ପରିବାର ଆଖିରୁ ଶୁଖୁନି ଲୁହ । ସମସ୍ତେ ବିଷ୍ଣୁଙ୍କ ପିଲାଦିନର ସ୍ମୃତି କଥା ମନେପକାଇ ବାହୁନି ହେଉଛନ୍ତି ।

Advertisment

ଗତ ୨୭ ତାରିଖ ଦିନ ବିଷ୍ଣୁପ୍ରସାଦ ଜନ୍ମଦିନ ପାଳନ ପାଇଁ ପତ୍ନୀ ପ୍ରିୟଦର୍ଶିନୀ ପାଲଙ୍କ ସହ କେରଳ ଯାଇଥିଲେ। କିନ୍ତୁ ହୋଟେଲରେ ରାତ୍ରୀ ଯାପନବେଳେ ଘଟିଥିଲା ଭୟଙ୍କର ଭୂସ୍ଖଳନ। ଏଥିରେ ବିଷ୍ଣୁପ୍ରସାଦଙ୍କ ମୃତ୍ୟୁ ହୋଇଥିବା ବେଳେ, ଗତକାଲି ଡିସଚାର୍ଜ ହେଇ ଘରକୁ ପତ୍ନୀ ପ୍ରିୟଦର୍ଶିନୀ ଫେରିଛନ୍ତି। ଆଉ ସାଥିରେ ଫେରିଛି ବିଷ୍ଣୁପ୍ରସାଦଙ୍କ ମୃତଦେହ।

Landslide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ