Advertisment

‘ମୁଁ-ବିରଞ୍ଚି ସଁବାଳୁଆ, ଯେତେ ଅଲଗା କଲେ ବି ଆମେ ହେବୁନି'

କର୍ପୋରେଟର ଅମରେଶ ଜେନାଙ୍କ ରୋଚକ ବୟାନ ।

ଅଦ୍ୟତନ ହୋଇଛି
Amresh Jena

Amresh Jena

Advertisment

ଭୁବନେଶ୍ୱର ବିଜେଡିରେ ଥମୁନି କନ୍ଦଳ । ପୁଣି କର୍ପୋରେଟର ଅମରେଶ ଜେନା ମାରିଲେ ବାଣ । କହିଲେ ବିଜେଡି ସଜନା ଗଛ ହେଲେ ବିରଞ୍ଚି ଓ ମୁଁ ସଁବାଳୁଆ । ଆମକୁ କେହିବି ଅଲଗା କରିପାରିବେ ନାହିଁ । ଆମକୁ ଯିଏ ଯେତେ ଅଲଗା କରିବାକୁ ଚାହିଲେ ବି ଆମେ ଅଲଗା ହେବୁନି।

Advertisment

କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାର ଓ ଏବଂ ବିଜେଡିର ଅନ୍ୟ ଏକ ଗୋଷ୍ଠୀ ମଧ୍ୟରେ ଚାଲିଥିବା କଳି ଭିତରେ ଆଜି ଏଭଳି କହିଛନ୍ତି ଅମରେଶ ଜେନା। ସେ କହିଛନ୍ତି କିଛି ଲୋକ ନିଜର ବ୍ୟକ୍ତିଗତ କାରଣ ପାଇଁ ଆମ ସହ ଲାଗିଛନ୍ତି। ତେବେ ଆମର ଲକ୍ଷ୍ୟ ସହରର ଉନ୍ନତି, ଦଳର ଉନ୍ନତି। ଆମର ସଭାପତି ଯାହା ଆମକୁ କାରଣ ଦର୍ଶାଅରେ ପଚାରିଥିଲେ ଆମେ ତାହାର ଉତ୍ତର ରଖିଚୁ। କାହାର ଯଦି ଆମ ପ୍ରତି ଅସନ୍ତୋଷ ଥିବ ସେ ଆମ ଉତ୍ତର ପଢନ୍ତୁ। ତେବେ ଏହି ସମୟରେ ପାଖରେ କର୍ପୋରେଟର ବିରଞ୍ଚି ମହାସୁପକାର ଉପସ୍ଥିତ ଥିଲେ ।

କିଛି ଦିନ ପୂର୍ବରୁ ବିଏମସିର ଏହି ଦୁଇ ବିଜେଡି କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କୁ ଦଳରୁ ସୋ-କଜ୍ ନୋଟିସ୍ କରାଯାଇଥିଲା । ଯାହାର ଉତ୍ତର ସେମାନେ ରଖଥିଲେ । ଆଉ ତା’ରେ ଉଭୟେ ଧୁମ୍ ବର୍ଷିଥିଲେ । ନାଁ ନନେଇ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ବିଧାୟକ ଅଶୋକ ପଣ୍ଡାଙ୍କ ଉପରେ ଗର୍ଜିଥିଲେ ଅମରେଶ ଓରଫ ବାୟାଁ ଓ ବିରଞ୍ଚି ଓରଫ ଲିଟୁ ।

Advertisment

ଦୁହେଁ କହିଥିଲେ ଜିଲ୍ଲା ସଭାପତିଙ୍କୁ ସୋ-କଜ୍ ନୋଟିସର ଉତ୍ତର ଦିଆଯାଇଛି । ହେଲେ ଯାହାଙ୍କ କଥାରେ ନୋଟିସ୍ ହୋଇଛି, ଯିଏ ଆମ ନାଁରେ ନୋଟିସ୍ କରାଇଛନ୍ତି ସେମାନଙ୍କୁ ବି ସୋ କଜ୍ ନୋଟିସ୍ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଆମ ଦୁଇ ଜଣଙ୍କୁ ସେମାନେ ଦଳରୁ ଅଲଗା କରିବାକୁ ଚାହୁଁଛନ୍ତି କହି ଟାର୍ଗେଟ୍ କରିବା ସହ, ଦଳର ସଭାପତିଙ୍କୁ ଏ ବାବଦରେ ପୁଙ୍ଖାନୁପୁଙ୍ଖ ଭାବେ ଲେଖି ଜଣାଇ ଦିଆଯାଇଥିବା ସେ କହିଥିଲେ ।

ତେବେ ମୋଟା ମୋଟି କହିବାକୁ ଗଲେ ସତ୍ତାରୁ ଯିବା ପରେ ବିଜେଡିରେ ଏବେ କିଛି ଠିକ୍‌ ଚାଲି ନାହିଁ । ଜଣକ ପରେ ଜଣେ ନେତା ଦଳ ଛାଡ଼ୁଛନ୍ତି । ଆଉ ଦଳ ବିରୋଧରେ ବିଷୋଦ୍‌ଗାର କରୁଛନ୍ତି ।

Advertisment

ଗତକାଲି ପୂର୍ବତନ ବରି ବିଧାୟକ ସୁନନ୍ଦା ଦାସ ମଧ୍ୟ ବିଜେଡି ଛାଡ଼ିଛନ୍ତି । ଆଉ ତାପରେ ବବିଙ୍କ ଉପରେ ବର୍ଷିଛନ୍ତି । ଟିକେଟ କଟାର ଗୁମର ଖୋଲିବା ସହ ପରାଜୟର ବି ପୋଲ୍ ଖୋଲିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। କହିଛନ୍ତି ‘ଯଦି ଟିକେଟ ନବୀନ ବାଣ୍ଟିଥାନ୍ତେ ତାହାଲେ ବିଜେଡି ହାରି ନଥାନ୍ତା। ମୋତେ ଟିକେଟ ପାଇଁ ଆଶିଷ ସିଂ ଏବଂ ଡିଏସ୍ କୁଟ୍ଟେଙ୍କୁ ଭେଟିବାକୁ କୁହାଗଲା। କିନ୍ତୁ ବବି କହିଲେ ଟିକେଟ ଦେଲେ ମୁଁ ଦେବି, କାଟିଲେ ମୁଁ କାଟିବି। ଆଉ ପାଣ୍ଡିଆନ କହିଥିଲେ ମୁଁ ଯାଜପୁରରେ ମୁଣ୍ଡ ପୂରେଇଲେନି ବୋଲି ତୁମ ଟିକେଟ କଟିଲା।’

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ