Advertisment

CRP ମହିଳା ଓ ଜୀବୀକା ମିଶନ ଇସି ସଂଘ ଗର୍ଜନରେ କମ୍ପିଲା ଲୋୟର PMG

ପୁନର୍ଗଠନ ଆଳରେ ନୂଆ ନିଯୁକ୍ତି ବନ୍ଦ ଦାବି କଲେ EC ସଂଘର ହଜାର ହଜାର ମହିଳା । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଲେ ଦାବି ପାଇଛୁ, ବିଚାର କରିବୁ ।

Protest At Lower PMG

Protest At Lower PMG

Advertisment

ନାଯ୍ୟ ଦାବି ପୂରଣ ନାରାରେ କଂପୁଛି ଲୋୟର ପିଏମଜି । ରାଜଧାନୀର ଗାନ୍ଧୀ ମାର୍ଗରେ ବିଶାଳ ରାଲି । ଏପଟେ ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟାଙ୍କ ହଲ୍ଲାବୋଲ୍ । ସେପଟେ ଓଡ଼ିଶା ଗୋଷ୍ଠୀ ସହାୟିକା CRP-CM ସଂଘର ଗର୍ଜନ। ନିଖିଳ ଓଡ଼ିଶା ଜୀବିକା ମିଶନ ଶକ୍ତି Executive Committee ବା EC ସଂଘ ସଦସ୍ୟା ବି କରୁଛନ୍ତି ଚିତ୍କାର ।

Advertisment

SHGରୁ ପ୍ରତି ୨ ବର୍ଷରେ ଥରେ ସେମାନେ ବଛା ହୋଇ କ୍ଲଷ୍ଟର ଲେଭଲ୍ ଫୋରମ୍-CLF,ଡିଷ୍ଟ୍ରିକ ଲେଭେଲ୍ ଫୋରମ୍- DLF, ଗ୍ରାମ ପଞ୍ଚାୟତ ଲେଭେଲ୍ ଫୋରମ୍- GPLF ଏବଂ ବ୍ଲକ ଲେଭେଲ୍ ଫୋରମ- BLFରେ ସାମିଲ ହୁଅନ୍ତି। ମୁଖ୍ୟତଃ SHGକୁ ପାଣ୍ଠି ପରିଚାଳନାର ଦେଖାଶୁଣା କରିବା ଏମାନଙ୍କ ଦାୟିତ୍ୱ । କିନ୍ତୁ ସେମାନେ ଏବେ ଅଭିଯୋଗ କରିଛନ୍ତି, ପୁନର୍ଗଠନ ଆଳରେ ନୂଆ ସଦସ୍ୟ ନିଯୁକ୍ତି ପାଇଁ କରାଯାଉଛି ମସୁଧା।

ସମ୍ବଲପୁର ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଚିଠିରେ ରହିଛି ଯେ, SHG, CLF ଏବଂ GPLFର ନେତୃତ୍ୱରେ ସ୍ୱଚ୍ଛତା ଆଣିବାକୁ ଏବଂ ଦାୟିତ୍ୱବାନ୍ କରିବାକୁ ରୋଟେସନ୍ ଲାଗି ନିର୍ଦ୍ଦେଶ ଦିଆଯାଇଛି ସମସ୍ତ ବିଡ଼ିଓଙ୍କୁ। ଯଦି ଏହା କାର୍ଯ୍ୟକାରୀ ହୁଏ, ତାହେଲେ ଦୀର୍ଘ ବର୍ଷ ଧରି କାମ କରିଆସୁଥିବା ହଜାର ହଜାର EC ସଂଘ ସଦସ୍ୟା ବାଦ୍ ପଡ଼ିବେ ବୋଲି ଆଶଙ୍କା କରିଛନ୍ତି। ତେଣୁ ଏହି ପୁନର୍ଗଠନ ବ୍ୟବସ୍ଥାକୁ ବନ୍ଦ ସହ ୬ ଦଫା ଦାବିରେ ଆନ୍ଦୋଳନ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ସ୍ମାରକପତ୍ର। 

Advertisment

ଆଉ ଏମାନେ ହେଲେ ଓଡ଼ିଶା ଗୋଷ୍ଠୀ ସହାୟିକା ସଂଘ ସଦସ୍ୟା। ଏମାନେ ଆଜି ଦିନ ତମାମ ଦାବି ପୂରଣ ପାଇଁ ଲୋୟର ପିଏମଜିରେ ହୁଲସ୍ତୁଲ କରିଛନ୍ତି। ମୁଖ୍ୟତଃ ବକେୟା ଦରମା, ସରକାରୀ ମାନ୍ୟତା, ସର୍ବନିମ୍ନ ମଜୁରୀ ଓ ପରିଚୟ ପତ୍ର ପ୍ରଦାନ ଦାବିରେ ଆଜି ରାସ୍ତାକୁ ଓହ୍ଲାଇ ଏଭଳି ଗର୍ଜିଛନ୍ତି। ପୂର୍ବ ସରକାରଙ୍କ ଘୋଷଣା ଅନୁଯାୟୀ, ଗତ ଅକ୍ଟୋବରରୁ ଫେବୃଆରୀ ଯାଏଁ ୬ ହଜାର ଶହେ ଟଙ୍କା ଦରମା ପାଇଥିଲେ। ତା’ପରଠୁ ପୁରୁଣା ଦରମା ୩ ହଜାର ୬ ଶହ ଟଙ୍କା ଦିଆଯାଉଥିବା ଅଭିଯୋଗ କରିଛନ୍ତି। ସ୍ଥାୟୀ ନିଯୁକ୍ତି ସହ ମାସିକ ୧୫ ହଜାର ସର୍ବନିମ୍ନ ଦରମା ପାଇଁ ଦାବି ଉଠାଇଛି ଏହି ସଂଘ।

ତେବେ ଅଭିଯୋଗ ଏବଂ ଦାବି ସଂପର୍କରେ ପ୍ରତିକ୍ରିୟା ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସେମାନଙ୍କ ଦାବି ସରକାରଙ୍କ ପାଖରେ ପହଞ୍ଚିଛି, ବିଚାର କରାଯିବ ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ