Fresh proposal for Bhubaneswar Metro Rail project soon: Urban Development Minister
ପୁଣି ଥରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଚର୍ଚ୍ଚା ଏଇଥିପାଇଁ କାହିଁକି ନା ଆଜି ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ମେଟ୍ରୋ ପାଇଁ କେନ୍ଦ୍ରକୁ ଦିଆଯିବ ପ୍ରସ୍ତାବ । କେନ୍ଦ୍ର ସରକାରଙ୍କ ସହଯୋଗରେ ହେବ ମେଟ୍ରୋ । ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ଟେକ୍ନିକାଲ କମିଟି । ଏହି କମିଟି ବିଭିନ୍ନ ସହାରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ । ନୂଆ ଟ୍ରାକ ନେଇ କମିଟି ରିପୋର୍ଟ ଦେବ ।
ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀ ସ୍ତରୀୟ ସବ କମିଟିର ଦ୍ଵିତୀୟ ବୈଠକରେ ନିଷ୍ପତ୍ତି ପରେ ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ବୈଠକରେ କମ୍ପ୍ରେହେନସିଭ ମୋବିଲିଟି ପ୍ଲାନ ତିଆରି ହୋଇଛି । କେଉଁ ଲାଇନରେ ଯିବ କେଉଁ ଜାଗାରେ ପର୍କିଙ୍ଗ ଅଞ୍ଚଳ ହେବ ଟେକ୍ନିକାଲ କମିଟି ରିପୋର୍ଟ ଦେବ । ସାଧାରଣ ଲୋକଙ୍କ ମତାମତ ନିଆଯିବ, ପୁରୁଣା ପ୍ରକଳ୍ପ ବନ୍ଦ ରହିଛି । ସେହି ରାସ୍ତା ଟ୍ରାଫିକ ଯାମ ରହୁଛି, ଖାଲି ଟେଷ୍ଟିଙ୍ଗ ବେଳେ କଣ ଅବସ୍ଥା ହେଲା କେତେ ହଇରାଣ ହେବାକୁ ପଡିଲା ବୋଲି କହିଛନ୍ତି ମନ୍ତ୍ରୀ । ସେ ଏହା ବି କହିଛନ୍ତି ଯେ, ମେଟ୍ରୋ କାମ ଚାଲିଥିଲେ ପୁରା ରାସ୍ତା ଠପ ହୋଇଯାଇ ଥାନ୍ତା ।
କିଛି ଦିନ ତଳେ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କଣ୍ଟ୍ରାକ୍ଟ ବାତିଲ ହୋଇଥିଲା । କାର୍ଯ୍ୟ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର କଣ୍ଟ୍ରାକ୍ଟ ବାତିଲ କରାଯାଇଥିଲା । ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ରଞ୍ଜିତ ବିଲ୍ଡକନ୍ ସହ କଣ୍ଟ୍ରାକ୍ଟ ବାତିଲ କରିଥିଲା ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍। ପ୍ରାୟ ୮ ମାସ ହେଲା ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755155427.jpg)