Bank sealed property of Businessman
ଋଣ ଖିଲାପ ଅଭିଯୋଗରେ ବ୍ୟବସାୟୀଙ୍କ ସମ୍ପତ୍ତି ସିଲ୍ । ଘର ଓ ଟ୍ରାକ୍ଟର ଗେରେଜକୁ ସିଜ୍ କରିଛି ବ୍ୟାଙ୍କ୍ । ୟୁନିଅନ ବ୍ୟାଙ୍କ୍ ଏନଫର୍ସମେଣ୍ଟ ବିଭାଗ ପକ୍ଷରୁ ଜୟପୁର ତହସିଲଦାର ମୋନାଲିସା ଆଚାର୍ଜୀଙ୍କ ମାଜିଷ୍ଟ୍ରେଟ ଦାୟିତ୍ୱରେ ଉପସ୍ଥିତ ରହି ସିଜ କଲେ ବ୍ୟାଙ୍କ୍ କର୍ତ୍ତୃପକ୍ଷ । ପାଖାପାଖି ୪କୋଟି ୨୫ ଲକ୍ଷ ଟଙ୍କାର ଋଣ ଖିଲାପ ନେଇ ବ୍ୟାଙ୍କ ପକ୍ଷରୁ ବାରମ୍ବାର ବ୍ୟବସାୟୀଙ୍କୁ ଅବଗତ କରାଯାଇଥିଲା । ମାତ୍ର କୌଣସି ସହଯୋଗ କରିନଥିବାରୁ ଏଭଳି ପଦକ୍ଷେପ ନେଇଛି ବ୍ୟାଙ୍କ୍ ।
ସୂଚନା ଅନୁଯାୟୀ, ବ୍ୟବସାୟୀ ଗଣେଶ ପ୍ରସାଦ ବେହେରାଙ୍କ ଜୟପୁର ସହରର ଜୟନଗର ପାଇକ ସାହିରେ ଥିବା ନିଜ ବାସଭବନ ସହ ଜୟପୁର ସଦର ଥାନା ଅନ୍ତର୍ଗତ ଆମ୍ବଗୁଡ଼ା ସ୍ଥିତ ଲକ୍ଷ୍ମୀ ମଟର ନାମରେ ଥିବା ଗ୍ୟାରେଜ ସିଜ ହୋଇଛି । ସିଜ୍ ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ।
ବ୍ୟବସାୟୀ ଗଣେଶଙ୍କ ସମ୍ପତି ସିଜ ବେଳେ ଜୟପୂର୍ ସଦର ଥାନା ପୋଲିସ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିଲେ । ସିଜ଼ ବେଳେ ବ୍ୟାଙ୍କର ଏନଫର୍ସମେଣ୍ଟ ଏଜେନ୍ସି ବିବି ଏଣ୍ଟର ପ୍ରାଇଯେସ ମୁଖ୍ୟ ପ୍ରିୟମ୍ବଦା ଦାସ ଓ ଅରୁଣ ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725292504.jpg)