Advertisment

Balasore Flood: ସହରୀ ବନ୍ୟା ଦାଉରେ ଆଜି ବି କଲବଲ ବାଲେଶ୍ୱର

ଲଘୁଚାପ ବର୍ଷାରେ ଉବୁଟୁବୁ ବାଲେଶ୍ୱର। କିଛି ଘଣ୍ଟା ବର୍ଷାରେ କୃତ୍ରିମ ବନ୍ୟା ସ୍ଥିତି ଆଉ ଜଳବନ୍ଦୀ ହେଉଛି ସହର। ଜଳ ଯନ୍ତ୍ରଣାରେ ଘାଣ୍ଟି ସନ୍ତୁଳି ହେଉଛନ୍ତି ଲୋକେ। କେଉଁଠି ପଦାକୁ ଗୋଡ଼ କାଢ଼ି ହେଉନି ତ ଆଉ କେଉଁଠି ବୁଡ଼ିଛି ଘରବାଡ଼ି, ଅଫିସ ଆଉ ମଲ୍।

Balasore Flood

Balasore Flood

Advertisment

କାଉଲୁବାଉଳୁ କରୁଛି ସହରୀ ବନ୍ୟା। ଘଣ୍ଟାଏ ବର୍ଷିଲେ ଭୁଶଭାଶ ପାଣି ପଶୁଛି। ବାଟଘାଟ, ଗଳିକନ୍ଦି ଆଉ ଅଫିସ। ଛୋଟଛୋଟ ଦୋକାନ, ମଲ୍ କି ଘରବାଡ଼ି। ଯେଉଁଆଡ଼େ ଆଖି ବୁଲାଇଲେ ଖାଲି ପାଣିମୟ। କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟାଏ ଲହଡ଼ି ଭାଙ୍ଗୁଛି। ବାଲେଶ୍ୱର ଜିଲ୍ଲାକୁ ଏମିତି ବୁଡ଼ାଇଛି ଆଉ ଭସାଇଛି ଲଘୁଚାପ ବର୍ଷା। ଜଳବନ୍ଦୀ ପୋଷ୍ଟାଲ ସୁପରିଟେଣ୍ଡେଣ୍ଟଙ୍କ ଅଫିସ। ବତୁରିଯାଇଛି ଲୋକଙ୍କ ଜମା ଟଙ୍କା। ଭିଜିଛି ପାସ୍ ବୁକ୍, ଗୁରୁତ୍ୱପୂର୍ଣ୍ଣ ଫାଇଲ୍। କମ୍ପ୍ୟୁଟର, ପ୍ରିଣ୍ଟର ମେସିନ ବି ନଷ୍ଟ। ଅଫିସ ବାହାର ହାଲ୍ ବି ପୂରା ବେହାଲ୍। ଭିତରକୁ ଯିବାକୁ ହେଲେ ଅଣ୍ଟାଏ ପାଣିରେ ପଶିବାକୁ ପଡ଼ିବ। ପାଣି କାଢ଼ିବା ସହ କାଦୁଅ ସଫା କରିବାରେ ଲାଗିଛନ୍ତି କର୍ମଚାରୀ।

Advertisment

ଦୁଇ ଦିନ ଲଗାଣ ବର୍ଷାରେ ବାଲେଶ୍ୱର ସହର ଉବୁଟୁବୁ। ଜଳବନ୍ଦୀରେ ଘାଣ୍ଟି ସନ୍ତୁଳି ହେଉଛନ୍ତି ସହରବାସୀ। ତେଲଙ୍ଗା ସାହି ଅଞ୍ଚଳର ଧୂପ ବ୍ୟବସାୟୀ ଜୟନ୍ତ ଦାସଙ୍କ ମୁହଁରୁ ହସ ଛଡ଼ାଇ ନେଇଛି କୃତ୍ରିମ ବନ୍ୟା। ଅଧା ରାତିରେ ଧୂପ ଗୋଦାମରେ ପାଣି ପଶି ବ୍ୟାପକ କ୍ଷତି ହୋଇଛି। ନଷ୍ଟ ହୋଇଛି ଶହ ଶହ ପ୍ୟାକେଟ୍ ଧୂପ। ଋଣ କରି ବ୍ୟବସାୟ କରୁଥିବା ଜୟନ୍ତଙ୍କର ପ୍ରାୟ ଦୁଇ ଅଢ଼େଇ ଲକ୍ଷ ଟଙ୍କାର ସାମଗ୍ରୀ ବରବାଦ ହୋଇଥିବା ବେଳେ କେମିତି ଭରଣା କରିବେ ଚିନ୍ତା ଘାରିଛି।

ବାଲେଶ୍ୱରରେ ବାରମ୍ବାର କାହିଁକି ସୃଷ୍ଟି ହେଉଛି କୃତ୍ରିମ ବନ୍ୟା ସ୍ଥିତି ? ଏଥିପାଇଁ ଦାୟୀ କିଏ ? ତ୍ରୁଟି କେଉଁଠି ରହିଛି ? ସହରୀ ବନ୍ୟାର ପ୍ରମୁଖ କାରଣ ଡ୍ରେନେଜ ସମସ୍ୟା। ବିଭିନ୍ନ ଅଞ୍ଚଳରେ ଘର ସଂଖ୍ୟା ବଢୁଥିବା ବେଳେ ସେହି ଅନୁସାରେ ଡ୍ରେନ୍ ନିର୍ମାଣ ହେଉନି। ଫଳରେ ଠିକରେ ଜଳ ନିଷ୍କାସନ ହୋଇପାରୁନି। ଜବରଦଖଲ ଓ ଡ୍ରେନ୍ ଅବରୋଧ ପାଇଁ ବି ବର୍ଷା ଦିନରେ ସଙ୍ଗୀନ ସ୍ଥିତି ସୃଷ୍ଟି ହେଉଛି। ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବୁଦ୍ଧିଜୀବୀ। ଆଗକୁ ଅଧିକ ବର୍ଷା ହେଲେ ସ୍ଥିତି ଆହୁରି ବିଗିଡ଼ିପାରେ। ତା'ସହ ବଢ଼ିବ ଲୋକଙ୍କ ଦୁର୍ଦ୍ଦଶା।

Advertisment
Balasore Heavy Rainfall Water Logging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ