Advertisment

Balanga Victim Dies: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ, କିଏ କ’ଣ କହିଲେ

ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି । ସେପଟେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବିରୋଧୀ

ଅଦ୍ୟତନ ହୋଇଛି
Balanga Victim Dies

Balanga Victim Dies

Advertisment

ଆଖି ବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଥିଲା ।

Advertisment

 

ଡକ୍ଟର କେ. ହରିବାବୁ କମ୍ଭମପାଟି, ରାଜ୍ୟପାଳ

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ରାଜ୍ୟପାଳ ଡକ୍ଟର କେ. ହରିବାବୁ କମ୍ଭମପାଟିଙ୍କ ଶୋକ

'ଆତ୍ମାର ସଦ୍‌ଗତି ସହ ପୀଡ଼ିତାଙ୍କ ପରିବାରକୁ ଈଶ୍ୱର ଅପାର ଶକ୍ତି ପ୍ରଦାନ କରନ୍ତୁ'

ମୋହନ ମାଝୀ, ମୁଖ୍ୟମନ୍ତ୍ରୀ

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ସରକାରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ମୃତ୍ୟୁ ନେଇ ଗଭୀର ଦୁଃଖିତ

ବିଶେଷଜ୍ଞ ଡାକ୍ତରଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ଜୀବନ ରକ୍ଷା କରାଯାଇ ପାରିଲାନି

ମୁଁ ଝିଅଟିର ଅମର ଆତ୍ମାର ସଦଗତି କାମନା କରୁଛି

ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ ପରିବାରକୁ ଶକ୍ତି ମିଳୁ

କନକ ବର୍ଦ୍ଧନ ସିଂଦେଓ, ଉପମୁଖ୍ୟମନ୍ତ୍ରୀ

ଗଭୀର ଭାବେ ଦୁଃଖିତ ଏବଂ ମର୍ମାହତ

ସମସ୍ତ ପ୍ରୟାସ ଏବଂ ଡାକ୍ତରୀ ଦଳଙ୍କ ଚେଷ୍ଟା ସତ୍ତ୍ୱେ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ।

ଏ ଦୁଃଖଦ ପରିସ୍ଥିତିରେ ତାଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା

ପ୍ରଭାତୀ ପରିଡା, ଉପମୁଖ୍ୟମନ୍ତ୍ରୀ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଶୋକ ପ୍ରକାଶ କରିଛନ୍ତି

ଅମର ଆତ୍ମାର ସଦ୍ ଗତି ସହ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ସମବେଦନା

ସରକାରଙ୍କ ସମସ୍ତ ଚେଷ୍ଟା ସତ୍ତ୍ଵେ ଜୀବନ ବଞ୍ଚାଇ ପାରିନଥିବାରୁ ଦୁଃଖିତ

ବୈଜୟନ୍ତ ପଣ୍ଡା, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତଙ୍କ ଶୋକ

‘ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଖବର ଶୁଣି ଅତ୍ୟନ୍ତ ଦୁଃଖିତ, ଗଭୀର ମର୍ମାହତ’

‘ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ସହଯୋଗ ସତ୍ତ୍ବେ ବଞ୍ଚାଯାଇ ପାରିଲାନି’

‘ଇଶ୍ୱର ତାଙ୍କ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାଦ୍ଧ

ସଞ୍ଜୟ ଦାସବର୍ମା, ବିଜେଡି ନେତା

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ପ୍ରେସମିଟ୍‌

‘ପୀଡ଼ିତା ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର, ଭୁବନେଶ୍ବର ଏମ୍ସ ଗଲେନି’

‘ପୀଡ଼ିତାଙ୍କ ଚିକିତ୍ସା ନେଇ ମେଡିକାଲ୍‌ ବୁଲେଟିନ୍‌ ଜାରି ହେଲାନି’

‘ଏଯାବତ ପୋଲିସ ହାତ ଖାଲି ରହିଛି, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ’

‘ପୀଡ଼ିତା ପରିବାରକୁ ସରକାର ୨ କୋଟି କ୍ଷତିପୂରଣ ଦିଅନ୍ତୁ’

‘ଯେଉଁମାନେ ସମ୍ପୃକ୍ତ ୭ ଦିନ ଭିତରେ ସେମାନଙ୍କୁ ଧରନ୍ତୁ’

ଭକ୍ତ ଦାସ, ପିସିସି ସଭାପତି

‘ବଳଙ୍ଗା ପୀଡ଼ିତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ’

‘ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି’

‘୭ ଦିନ ଭିତରେ ଅଭିଯୁକ୍ତ ଧରା ନ ପଡ଼ିଲେ ଡିଜିପି ଅଫିସ୍‌ ଘେରିବୁ’

Delhi AIIMS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ