Advertisment

କେନ୍ଦ୍ରାପଡ଼ାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବୈଜୟନ୍ତ

କେନ୍ଦ୍ରାପଡ଼ା ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ବୈଜୟନ୍ତ ପଣ୍ଡା। ଜଜାଙ୍ଗସ୍ଥିତ ପ୍ରଦକ୍ଷଣ ଭବନରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସବୁ ବିଭାଗର ମୁଖ୍ୟ ଅଧିକାରୀଙ୍କ ସହିତ ସାଂସଦ ବୈଜୟନ୍ତ ପଣ୍ଡା ସାମିଲ ହୋଇଥିଲେ।

ଅଦ୍ୟତନ ହୋଇଛି
Baijayant Panda reviews Kendrapara's developmental projects

Baijayant Panda reviews Kendrapara's developmental projects

Advertisment

କେନ୍ଦ୍ରାପଡ଼ା ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକରେ ଯୋଗଦେଲେ କେନ୍ଦ୍ରାପଡ଼ା ସାଂସଦ ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ା ଜଜାଙ୍ଗସ୍ଥିତ ପ୍ରଦକ୍ଷଣ ଭବନରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସବୁ ବିଭାଗର ମୁଖ୍ୟ ଅଧିକାରୀଙ୍କ ସହିତ ସାଂସଦ ବୈଜୟନ୍ତ ପଣ୍ଡା ସାମିଲ ହୋଇଥିଲେ।

Advertisment

ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାମ ସଂପର୍କରେ ସାଂସଦ ଆଲୋଚନା କରିଛନ୍ତି। ଉନ୍ନୟନମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ବିଭିନ୍ନ ବ୍ରିଜ୍ ଓ ଅସମ୍ପୂର୍ଣ୍ଣ ରାସ୍ତା, କୋଠାବାଡ଼ି ଗୃହନିର୍ମାଣ ବିଭାଗ, ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜଳସେଚନ ସମସ୍ୟା, ବନ୍ୟାରେ ଗୃହପାଳିତ ପଶୁଙ୍କ ପାଇଁ ଗୋ ଖାଦ୍ୟ ଯୋଗାଇବା ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି।

ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କକ୍ଷରେ ପିଏମ୍ କିଷାନ ଟଙ୍କା ଡିବିଟି ଜରିଆର ସବୁ ଚାଷୀଙ୍କୁ ପ୍ରଦାନ କରାଯାଇଛି। ବିକଶିତ ଓଡ଼ିଶା ବିକଶିତ ଭାରତ ଗଢିବାରେ ଚାଷୀଙ୍କର ମୁଖ୍ୟ ଭୂମିକା ଅଟେ ବୋଲି ସାଂସଦ କହିଥିଲେ। ଆଜି ସାରା ଦେଶରେ ମୋଟ ୯ କୋଟି ୭୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ୨୦,୫୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ଏଥିମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାରେ ପିଏମ୍ କିଷାନ ସମ୍ମାନ ନିଧି ଟଙ୍କା ୧ ଲକ୍ଷ ୨୭ ହଜାରରୁ ଅଧିକ ଚାଷୀଙ୍କୁ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତ ଦାସ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା କୃଷି ଅଧିକାରୀଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

Advertisment
Odisha Kendrapara BJP Baijayant 'Jay' Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ