Advertisment

Baby elephant: କେନାଲ ଭିତରେ ଛୁଆ ହାତୀ ଛଟପଟ

କେନାଲରେ ହାତୀ ଛୁଆ, ବାହାରିବାକୁ ଛଟପଟ । ରେଙ୍ଗାଲୀ କେନାଲରେ ଦୀର୍ଘ ସମୟ ଧରି ଫସି ରହିଲା , ଅଧିକ ପାଣି ଥିବାରୁ ବେଶ୍ କିଛି ସମୟ ଯାଏଁ ବାହାରି ପାରିଲାନି । କେନାଲରୁ ବାହାରିବାକୁ ସଙ୍ଘର୍ଷ କଲା ଛୁଆ ହାତୀ ।

ଅଦ୍ୟତନ ହୋଇଛି
Baby elephant squirming inside the canal

Baby elephant squirming inside the canal

Advertisment

ଢେଙ୍କୋନାଳ : ନାଲରେ ପଶିଲା ହାତୀ ଛୁଆ, ବାହାରିବାକୁ ହେଲା ଛଟପଟ। ଢେଙ୍କାନାଳ ସଦର ରେଞ୍ଜ ହଳଦିଆବାହାଳ ନିକଟରେ କେନାଲରେ ପଶିଲା ଦନ୍ତା ହାତୀ। ରେଙ୍ଗାଲୀ କେନାଲ ମଧ୍ୟରେ ଦୀର୍ଘ ସମୟ ଧରି ହାତୀଟି ରହିବା ପରେ ବାହାରିବା ପାଇଁ ଚେଷ୍ଟା କରିଥିଲା। କେନାଲରେ ଅଧିକ ପାଣି ଥିବାରୁ ବାହାରିବାକୁ ସଙ୍ଘର୍ଷ କରିଥିଲା ଛୁଆ ହାତୀ ଟେ। ଶେଷରେ ନିଜସ୍ବ ପ୍ରଚେଷ୍ଟାରେ କେନାଲ ମଧ୍ୟରୁ ବାହାରିଥିଲା।

Advertisment

କେନାଲରୁ ବାହାରି ଦନ୍ତା ହାତୀଟି ଏବେ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିବା ଜଣାପଡିଛି। କେନାଲରେ ପଶିବା ପରେ ଖବରପାଇ ବନ କର୍ମଚାରୀ ଓ ନିକଟସ୍ଥ ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ