B.Tech Holders Queue for Home Guard Jobs
ଚାକିରି ପାଇଁ ରହିଛି ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ପାସ, ହେଲେ ଆବେଦନକାରୀଙ୍କ ମଧ୍ୟରେ ଡିପ୍ଲୋମା, ବି.ଟେକ ଡିଗ୍ରୀ ଧାରୀ ।ରାଉରକେଲା ପୋଲିସ ଜିଲ୍ଲାରେ ବାହାରିଥିବା ହୋମଗାର୍ଡ ପରୀକ୍ଷା ପାଇଁ ଭୋର ୪ଟାରୁ ଆବେଦନକାରୀଙ୍କ ଲାଗିଛି ଲମ୍ବା ଲାଇନ୍ ।
ଉଭୟ ମହିଳା ଓ ପୁରୁଷଙ୍କ ଲାଗିଛି ଲମ୍ବା ଲାଇନ।ଜଣେ କି ଦୁଇ ଜଣ ନୁହେଁ, ପ୍ରାୟ ୭୦୦ ଆବେଦନକାରୀଙ୍କ ଲମ୍ବା ଲାଇନ ଲାଗିଛି ।ଆଶାୟୀ ପିଲାଙ୍କ ମଧ୍ୟରୁ କିଏ ବି.ଟେକ, ତ କିଏ ଡିପ୍ଲୋମା, ପୁଣି କିଏ ଉଚ୍ଚ ଶିକ୍ଷିତ।ଡିଗ୍ରୀଧାରୀଙ୍କ ଲମ୍ବା ଲାଇନ।ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଥିବାବେଳେ ଡିଗ୍ରୀଧାରୀଙ୍କ ଲାଗିଛି ଲମ୍ବାଲାଇନ୍।
ଆଜି ଶାରୀରିକ ପରୀକ୍ଷା ଅନୁଷ୍ଠିତ ହେଉଛି।ରାଉରକେଲା ରିଜର୍ଭ ପଡିଆରେ ଚାଲିଛି ପରୀକ୍ଷା ।ଜୁନ ୯ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।ସେଥିରେ ଉତ୍ତୀର୍ଣ୍ଣ ହୋଇଥବା ପିଲା ଆଜି ଶାରୀରିକ ପରୀକ୍ଷା ଦେଉଛନ୍ତି ।
କିଛିଦିନ ତଳେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ରାଉରକେଲା ପୋଲିସ ଜିଲ୍ଲା ପାଇଁ ୧୦୭ ଗୃହରକ୍ଷୀ ପଦବୀ ପାଇଁ ପରୀକ୍ଷା ଚାଲିଥିଲା, ୯ ହଜାର ୬୧ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ ଅନେକ ଏମବିଏ, ଏମସିଏ, ଡିପ୍ଲୋମା ଓ ଆଇଟିଆଇ ଛାତ୍ରଛାତ୍ରୀ ଥିବା ବୋଲି ଜଣାପଡିଥିଲା । ହୋମଗାର୍ଡ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ୫ମ ପାସ୍ ଥିବା ବେଳେ ଦୈନିକ ୬୧୨ଟଙ୍କା ପାରିଶ୍ରମିକ ରହିଥିଲା । ତେବେ ଗୃହରକ୍ଷୀ ଚାକିରି ପାଇଁ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ଆଶାୟୀଙ୍କ ଭିଡ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752211780.jpg)