Calender
ଓଡ଼ିଶାର ହସ୍ତତନ୍ତ ତଥା ପାରମ୍ପରିକ ବୁଣାକାର ଏବଂ ବାନ୍ଧକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ୨୦୨୦ ମସିହାରୁ ଅବିକା ପ୍ରସ୍ତୁତ କରିଆସୁଛି ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର-"ଅବିକା କ୍ୟାଲେଣ୍ଡର" । ଓଡିଶାରେ ଅନୁଗୁଳ, ରାଉରକେଲା, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର ଆଦି ପ୍ରମୁଖ ସହର ମାନଙ୍କରେ ଅବିକା ୨୦୨୫ କ୍ୟାଲେଣ୍ଡର ସିଜିନ-୫ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ସହିତ ଅଡିସନ ମଧ୍ୟ ଆରମ୍ଭ ହୋଇଯାଇଛି ।
ଗତକାଲି (୦୧ ସେପ୍ଟେମ୍ବର ୨୦୨୪) ସ୍ଥାନୀୟ ବୋଷ ଡାନ୍ସ ଏକାଡେମୀ, ଅନୁଗୁଳଠାରେ ଅବିକା ୨୦୨୫ କ୍ୟାଲେଣ୍ଡରର ଅଡିସନ ସିଜିନ-୫ ଅନୁଷ୍ଠିତ ହୋଇଯାଇଅଛି । ଅବିକାର ଏହି ଅନୁଗୁଳ ଅଡିସନରେ ଅବିକା ୨୦୨୧ କ୍ୟାଲେଣ୍ଡରର "ଫେସ୍ ଅଫ୍ ଦି ମନ୍ଥ୍" ଚିତ୍ରକର ଫିର୍ଦୋଷି ତବସୁମ, ସେଲିବ୍ରିଟି ମଡେଲ ଗୋପୁ ଗୋଜ୍ ଏବଂ ଅବିକାର ନିର୍ଦେଶକ ଅବିନାଶ ସାହୁ ଜୁରୀ ଏବଂ ଅତିଥି ଭାବେ ଯୋଗଦେଇଥିଲେ ।
ABIKA Calender ଅନୁଗୁଳ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅନେକ ପ୍ରତିଯୋଗୀ ଏହି ଅଡିସନରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ଆମ ଓଡ଼ିଶାର ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ଅବିକାର ଏହିପରି ନୂଆ ନୂଆ ପ୍ରୟାସ ଜାରିରହିବ ବୋଲି ଅବିକାର ନିର୍ଦ୍ଦେଶକ ଅବିନାଶ ସାହୁ ତାଙ୍କ ଅଭିଭାଷଣରେ କହିଛନ୍ତି । ଅତିଥିମାନଙ୍କୁ ମୟୁର ଚନ୍ଦ୍ରିକା ଏବଂ ସ୍ମୃତି ଫଳକ ଦେଇ ସମ୍ମାନିତ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Calender_1725381571.jpeg)