Advertisment

ଖୋଲିବ ରତ୍ନଭଣ୍ଡାରର ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତଭଣ୍ଡାର ରହସ୍ୟ !

ମରାମତି ପୂର୍ବରୁ ୧୮ରେ ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ । ASI ADGଙ୍କ ନେତୃତ୍ବ ଟିମରେ ରହିବେ କେନ୍ଦ୍ରୀୟ ସଂସ୍ଥାର ଏକ୍ସପର୍ଟ ।

undefined

Ratnabhandar

Advertisment

ଆଉ ବେଶୀ ଡେରି ନୁହେଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି । ଖୋଲିବ ଗୁପ୍ତ ସୁଡ଼ଙ୍ଗ ରହସ୍ୟ । ଉନ୍ମୋଚିତ ହେବ ଗୁପ୍ତ ଭଣ୍ଡାର ଚର୍ଚ୍ଚାର ସତ । ଖୁବ୍‌ଶୀଘ୍ର ହେବ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ । ସୋସିଆଲ୍ ମିଡିଆରେ ଆଜି ଏନେଇ ବଡ଼ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ସେ କହିଛନ୍ତି ସରକାରଙ୍କ ଦ୍ୱାରା ନିର୍ଧାରିତ ଏସଓପି ଅନୁଯାୟୀ ASI ପକ୍ଷରୁ ଆସନ୍ତା ୧୮ ତାରିଖରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନୀରିକ୍ଷଣ ଏବଂ ବୈଷୟିକ ଯାଞ୍ଚ କରାଯିବାକୁ ସ୍ଥିର ହୋଇଛି।

Advertisment

ASIର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ହେବାକୁ ଥିବା ଏଇ ନୀରିକ୍ଷଣ ଓ ବୈଷୟିକ ଯାଞ୍ଚ କାର୍ଯ୍ୟରେ କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ବା ସିଏସ୍ଆଇଆର୍ ଓ ନ୍ୟାସନାଲ ଜିଓଗ୍ରାଫିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ବିଶେଷଜ୍ଞମାନେ ଉପସ୍ଥିତ ରହିବେ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏ କାମ ଆରମ୍ଭ ହେବ। ଅପରପକ୍ଷେ ସୁପରିଟେଣ୍ଡେଣ୍ଟ ଆରକିଓଲୋଜିଷ୍ଟ ଡି.ବି. ଗଡ଼ନାୟକ ମଧ୍ୟ କହିଛନ୍ତି ପ୍ରାରମ୍ଭକି ଭାବେ ରତ୍ନଭଣ୍ଡାରର ଲେଜର ସ୍କାନିଂ ଓ ଜିପିଆର୍ ସର୍ଭେ ହେବ।

ଲେଜର ସ୍କାନିଂ ସପକ୍ଷରେ ପ୍ରଥମେ ଖୋଦ୍ ଗଜପତି ମହାରାଜଙ୍କ ମତ ପରେ ନିକଟରେ ମରାମତି ପୂର୍ବରୁ ଜିପିଆର ସର୍ଭେ ହେବା ନେଇ ଓଟିଭିକୁ ସୂଚନା ଦେଇଥିଲେ ଆଇନମନ୍ତ୍ରୀ। ଆଉ ଏବେ ପ୍ରାରମ୍ଭିକ ନିରୀକ୍ଷଣ ଟିମରେ ଜିପିଆର ସର୍ଭେର ଅଭିଜ୍ଞତା ରଖୁଥିବା ଏନ୍‌ଜିଆରଆଇର ବିଶେଷଜ୍ଞ ସାମିଲ ଥିବାରୁ ଗୁପ୍ତ ଭଣ୍ଡାର ରହସ୍ୟ ଉନ୍ମୋଚନର ଆଶା ବଢ଼ିଛି। ଅପରପକ୍ଷେ ଏଇ ଟିମର ନିରୀକ୍ଷଣ ଓ ଯାଞ୍ଚ ପରେ ଭିତର ଓ ବାହାର ଭଣ୍ଡାରର ବାସ୍ତବିକ ସ୍ଥିତି କଣ ଅଛି, କେତେ କାମର ଆବଶ୍ୟକତା ରହୁଛି ଏଥିପାଇଁ କେଉଁ ଧରଣର କାର୍ଯ୍ୟ, ଶ୍ରମବଳ ଓ ଯାନ୍ତ୍ରିକ ବଳର ଆବଶ୍ୟକତା ରହୁଛି, ମରାମତି ପାଇଁ କେତେ ଦିନ ଲାଗିବ ସେ ସବୁ ବି ସ୍ପଷ୍ଟ ହେବ। ଏଏସ୍ଆଇର ରିପୋର୍ଟ ଏବଂ ରାଜ୍ୟ ସରକାର ଅନୁମୋଦନ କ୍ରମେ କାମ ବି ଆରମ୍ଭ ହେବ।

Advertisment

୪୬ ବର୍ଷ ପରେ ପ୍ରଥମ ଥର ପାଇଁ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଇ ପ୍ରଥମେ ବାହାର ରତ୍ନଭଣ୍ଡାରର ଅଳଙ୍କାର ସବୁକୁ ଫୁଲଘରେ ରଖାଗଲା। ଏହାପରେ ପୁନର୍ବାର ୧୮ ତାରିଖରେ ଭିତର ରତ୍ନଭଣ୍ଡାରର ସିନ୍ଦୁକ ଓ ଆଲମିରାରେ ଥିବା ରତ୍ନକୁ ନୂଆ ସିନ୍ଦୁକରେ ଭରାଯାଇ ଖଟ ସେଜ ଘରେ ରଖାଯିବା ସହ ଅଗଷ୍ଟ ୨୩ ତାରିଖରେ ଖାଲି ସିନ୍ଦୁକ ଓ ଆଲମିରାକୁ ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର କରାଯାଇଛି। ତେଣୁ ରତ୍ନଭଣ୍ଡାର ମରାମତି ପାଇଁ ଏବେ କୌଣସି ସମସ୍ୟା ନାହିଁ। ଏବେ କେବଳ ଜିପିଆର ସର୍ଭେକୁ ଅପେକ୍ଷା।

Srimandir Jagannath Temple Ratnabhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ