Arpana Rice
ନିଲାମ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ । କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ । ଅର୍ପଣ ଚାଉଳ ନିଲାମ ନେଇ ସୂଚନା ଦେଲେ ପୁରୀ ଜିଲ୍ଲାପାଳ । ସମୁଦାୟ ୧୦ ହଜାର ୩୨୨ କୁଇଣ୍ଟାଲ ଅର୍ପଣ ଚାଉଳ ନିଲାମ ହୋଇଥିବା ସୂଚନା ମିଳିଛି । ମୋଟ ୨ କୋଟି ୮୬ ଲକ୍ଷ ଟଙ୍କାରେ ଅର୍ପଣ ଚାଉଳକୁ ନିଲାମ କରାଯାଇଛି ।
ଅଧିକ ପଢ଼ନ୍ତୁ: ‘ଶ୍ରୀମନ୍ଦିରରେ ଯାଞ୍ଚ ହେବ ଅବଢ଼ାର ମାନ’
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ବେଳେ ରାଜ୍ୟର କୋଣ ଅନୁକୋଣରୁ ଅର୍ପଣ ଚାଉଳ ଆସିଥିଲା। ପ୍ରାୟ ୧୪ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ସଂଗ୍ରହ କରାଯାଇଥିଲା। ଏତେ ପରିମାଣର ଚାଉଳକୁ କ’ଣ କରାଯିବ ସେ ନେଇ ପ୍ରଶାସନ ଚିନ୍ତାରେ ପଡିଥିଲା। କ୍ୱିଣ୍ଟାଲ କ୍ୱିଣ୍ଟାଲ ଅର୍ପଣ ଚାଉଳ ନଦୀରେ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ ଘଟଣାକୁ ଖଣ୍ଡନ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728020776.jpg)