ଦଖଲ ହୋଇପାରିବନି ଆଦିବାସୀଙ୍କ ଜମି
କେହି ଦଖଲ କରି ପାରିବେ ନାହିଁ ଆଦିବାସୀ ଜମି । ଯଦି କେହି ଆଦିବାସୀ ଜମି କିଣନ୍ତି ତେବେ ତାକୁ ବେଆଇନ ଘୋଷଣା କରାଯିବ । ତା ସହ ଉଚ୍ଛେଦ ପ୍ରକ୍ରିୟାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜମି ଫେରାଇ ଦିଆଯିବ । ଗୃହକୁ ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ଉତ୍ତର ରଖିଛନ୍ତି ।
ବିଧାୟକ ଭାସ୍କର ମଢେଇଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଭୂ ସଂସ୍କାର ଆଇନ ୧୯୬୦ ଅନୁସାରେ ଯଦି କେହି ଆଦିବାସୀ ଜମି କିଣନ୍ତି, ତାକୁ ବେଆଇନ ଘୋଷଣା କରି ଉଛେଦ ପ୍ରକ୍ରିୟା ଜରିଆରେ ସମ୍ପୃକ୍ତ ଆଦିବାସୀ ଲୋକଙ୍କୁ ଜମି ଫେରସ୍ତ ନିୟମ ରହିଛି । ଏପରି ୬୫୪ ମାମଲା ବିଚାରାଧୀନ ଅଛି । ସେହିଭଳି ଯଦି କେହି ଆଦିବାସୀ ଜମି ଦଖଲ କରିଛନ୍ତି, ତାକୁ ବି ବେଆଇନ ଘୋଷଣା କରାଯିବ । ୮୮୧ ମାମଲା ବିଚାରାଧୀନ ଅଛି । କେହି ଅଣ ଆଦିବାସୀ ଯଦି ଆଦିବାସୀ ଜମି କିଣନ୍ତି, ତାକୁ ବି ବେଆଇନ ଘୋଷଣା କରି ଆଦିବାସୀଙ୍କୁ ଫେରସ୍ତ ହେବ, ଏପରି ୧୯୬୯୦ ମାମଲା ବିଚାରାଧୀନ ଅଛି । ବିଚାର କରିବା କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି ।
ଅଧିକ ପଢ଼ନ୍ତୁ: ଓଡିଆ ମହିଳା କାହିଁକି ପାଳନ କରନ୍ତି ମାର୍ଗଶୀର ଗୁରୁବାର ବ୍ରତ
ସେହିପରି ଚଞ୍ଚକତା କରି ଯଦି ଆଦିବାସୀ ଜମି ନିଆଯାଇଥାଏ, ତାହାର ଆବଶ୍ୟକତାକୁ ବିଚାର କରିବା କ୍ଷମତା ଉପଜିଲ୍ଲପାଳଙ୍କୁ ଦିଆଯାଇଛି । ଯଦି ବିଚାର ନ ହୁଏ ଉପଜିଲ୍ଲପାଳ ଏହାକୁ ଅସିଦ୍ଧ ଘୋଷଣା କରିପାରବେ। ଏହିପରି ୧୨୨୭୯ ମାମଲା ବିଚାରାଧୀନ ଥିବା ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ଉତ୍ତର ରଖିଛନ୍ତି। ଆଗାମୀ ଡ଼ିସେମ୍ବର ୩୦ ସୁଦ୍ଧା ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ପ୍ରାଥମିକ ସ୍କୁଲରୁ ବିଶ୍ଵବିଦ୍ୟାଳୟ ଯାଏଁ ସମସ୍ତଙ୍କୁ ନିଜସ୍ୱ ଜମି ପଟ୍ଟା ଦିଆଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733385930.jpg)