Advertisment

Road Issue : ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଚାଲି ଚାଲି ମେଡ଼ିକାଲ ଗଲେ ପ୍ରସୂତି

ପୁଣି ଜନନୀ ଯନ୍ତ୍ରଣା, ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ଚାଲି ଚାଲି ମେଡ଼ିକାଲ ଯିବା ବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା । କାଦୁଅ ରାସ୍ତା ଥିବାରୁ ଗାଁକୁ ଆସିପାରି ନଥିଲା ଆମ୍ବୁଲାନ୍ସ ।

ଅଦ୍ୟତନ ହୋଇଛି
Baby born on the road

Baby born on the road

Advertisment

ରାୟଗଡା: ପୁଣି ଜନନୀ ଯନ୍ତ୍ରଣା। ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଚାଲି ଚାଲି ମେଡ଼ିକାଲ ଯିବା ବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା। କାଦୁଅ ରାସ୍ତା ଥିବାରୁ ଆମ୍ବୁଲାନ୍ସ ଆସିପାରି ନଥିଲା। ଆଶାକର୍ମୀ ପ୍ରସୂତୀଙ୍କୁ ଧରି ଚଲାଇ ଚଲାଇ ଆଣିବା ବେଳେ ପ୍ରସବ କରିଥିଲେ ମହିଳା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା କଲ୍ୟାଣସିଂହପୁର ବ୍ଲକ ସଦର ଚାଞ୍ଚଡାରେ । ସୁନୀଲ ପ୍ରାସ୍କାଙ୍କ ପତ୍ନୀ ବନିତା ରାତିରୁ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ।

Advertisment

ଅଧିକ ପଢନ୍ତୁ: ଜନ୍ମଦିନରେ ଶୁବମନ ଗିଲଙ୍କୁ କିଏ ଦେଲା ଲାଲ ଗୋଲାପ, ଭାଇରାଲ ହେଉଛି ଭିଡିଓ

ଆମ୍ବୁଲାନ୍ସ ଗାଁ ମୁଣ୍ଡରେ ପହଞ୍ଚି ଥିଲେ ସୁଦ୍ଧା ରାସ୍ତା ନଥିବାରୁ ଆଗକୁ ଯାଇପାରି ନଥିଲା। ପ୍ରସବ ପରେ ଉଭୟ ମାଆ ଓ ଶିଶୁ କନ୍ୟାକୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉଭୟ ସୁସ୍ଥ ଅଛନ୍ତି । 

Advertisment

No Ambulance Newborn Baby
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ