Advertisment

Subhadra Scheme Benefits in Odisha: ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଜି ଆସିବ ସୁଭଦ୍ରା ଟଙ୍କା

ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ମହିଳା ଏହି ପର୍ଯ୍ୟାୟରେ ଟଙ୍କା ପାଇବେ। ଏବେ ଆବେଦନ ବନ୍ଦ ଥିବା ବେଳେ ତୃତୀୟ କିସ୍ତି ପରେ ପୁଣି ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ।

ଅଦ୍ୟତନ ହୋଇଛି
Subhadra

Subhadra

Advertisment

ଆଜି ମିଳିବ ସୁଭଦ୍ରା ଟଙ୍କା। ଲକ୍ଷେ ୭୦ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରିବେ ରାଜ୍ୟ ସରକାର। ଏହି ପର୍ଯ୍ୟାୟରେ ହିତାଧିକାରୀ ଏକା ବେଳକେ ପାଇବେ ଦୁଇଟି କିସ୍ତିର ୧୦ହଜାର ଟଙ୍କା। ଜାତୀୟ ପଞ୍ଚାୟତିରାଜ ଦିବସରେ ପୁରୀରେ ଷଷ୍ଠ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ଦେବାକୁ ଯାଉଛନ୍ତି ରାଜ୍ୟ ସରକାର।

Advertisment

ଅଧିକ ପଢ଼ନ୍ତୁ: ସୁଭଦ୍ରାର ପଞ୍ଚମ ପର୍ଯ୍ୟାୟ ୮ରେ ମିଳିବ ଦ୍ବିତୀୟ କିସ୍ତି, ବଞ୍ଚିତ ମହିଳାଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ

ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ମହିଳା ଏହି ପର୍ଯ୍ୟାୟରେ ଟଙ୍କା ପାଇବେ। ଏବେ ଆବେଦନ ବନ୍ଦ ଥିବା ବେଳେ ତୃତୀୟ କିସ୍ତି ପରେ ପୁଣି ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ। ବାଦ୍ ପଡିଥିବା ଏବଂ ଦ୍ୱିତୀୟ କିସ୍ତି ପାଇନଥିବା ମହିଳାଙ୍କ ଅଭିଯୋଗ ବିଚାର ପରେ ପୁଣି ଆବେଦନ ପ୍ରକ୍ରିୟା ଆରମ୍ଭ କରିବେ ସରକାର।

Advertisment

ପୂର୍ବରୁ ୫ଟି ପର୍ଯ୍ୟାୟରେ ୧ କୋଟି ୬୫ହଜାର ୮୭୭ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଥିଲା। କିନ୍ତୁ ଦ୍ବିତୀୟ କିସ୍ତିରେ ଲକ୍ଷେ ୮୩ ହଜାର ମହିଳା ବାଦ୍ ପଡିଥିଲେ। ଫଳରେ ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ୮୨ ହଜାରକୁ ଖସି ଆସିଥିଲା। ଏବେ ପୁଣି ଲକ୍ଷେ ୭୦ ହଜାର ମହିଳାଙ୍କୁ ସାମିଲ କରିବା ଫଳରେ, ହିତାଧିକାରୀଙ୍କ ସଂଖ୍ୟା ପୁଣି କୋଟିଏ ଉପରେ ରହିବ।

 

Subhadra Pravati Parida
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ